Latest Odisha News

BREAKING NEWS

ରଣବୀରଙ୍କ ସଫଳତା ସହିପାରୁନାହାନ୍ତି ବରୁଣ ?

ମୁମ୍ବାଇ: ବକ୍ସ ଅଫିସରେ ସୁପରହିଟ୍ ହୋଇଥିବା ଫିଲ୍ମ ‘ଧୁରନ୍ଧର ୨’ର ସଫଳତାକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ଫ୍ୟାନ୍ସ। ଅଭିନେତା ବରୁଣ ଧୱନଙ୍କ ଗୋଟିଏ ବୟାନ ଏବେ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛି। ରଣବୀର ସିଂଙ୍କ ପ୍ରଶଂସକମାନେ ବରୁଣଙ୍କ ଉପରେ ଏମିତି ବର୍ଷିଛନ୍ତି ଯେ, ତାଙ୍କୁ ‘ଜଳନଖୋର’ ବା ଇର୍ଷାପରାୟଣ ବୋଲି କହିବାକୁ ପଛାଇ ନାହାନ୍ତି।

ନିଜର ଆଗାମୀ ରୋମାଣ୍ଟିକ କମେଡି ଫିଲ୍ମ ‘ହୈ ଜବାନୀ ତୋ ଇସ୍କ ହୋନା ହୈ’ର ପ୍ରମୋସନ ସମୟରେ ବରୁଣ ଧୱନ ଏବଂ ତାଙ୍କ ନିର୍ଦ୍ଦେଶକ ପିତା ଡେଭିଡ୍ ଧୱନ ବକ୍ସ ଅଫିସର ସଫଳତାକୁ ନେଇ ଚର୍ଚ୍ଚା କରୁଥିଲେ। ଡେଭିଡ୍ ଧୱନ କହିଥିଲେ ଯେ, ଆଜିକାଲି ଫିଲ୍ମ ହିଟ୍ କି ଫ୍ଲପ୍ ତାହା ଜାଣିବା କଷ୍ଟକର, କିନ୍ତୁ ସବୁ କିଛି କେବଳ ଅଭିନେତାଙ୍କ ଯୋଗୁଁ ହିଁ ଚାଲିଥାଏ।

କିନ୍ତୁ ପିତାଙ୍କ ଏହି କଥାକୁ କାଟି ବରୁଣ ଧୱନ ହଠାତ୍ ସୁପରହିଟ୍ ଫିଲ୍ମ ‘ଧୁରନ୍ଧର ୨’ର ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, ‘ଧୁରନ୍ଧର ୨’ର ସଫଳତା କୌଣସି ଅଭିନେତାର ନୁହେଁ ବରଂ ଏହା ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କର ବିଜୟ। ବରୁଣଙ୍କ ଏହି ବୟାନ ପରେ ସଙ୍ଗେ ସଙ୍ଗେ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ପିତା ଡେଭିଡ୍ ଧୱନ। ସେ କହିଥିଲେ ଯେ ନିର୍ଦ୍ଦେଶକଙ୍କ ସହ ଅଭିନେତାଙ୍କର ମଧ୍ୟ ଏଥିରେ ବଡ଼ ହାତ ଥାଏ।

ବରୁଣଙ୍କ ଏହି କଥା ରଣବୀର ସିଂଙ୍କ ଫ୍ୟାନ୍ସଙ୍କୁ ଆଦୌ ପସନ୍ଦ ଆସିନାହିଁ। ସୋସିଆଲ ମିଡିଆରେ ୟୁଜର୍ସ ବରୁଣଙ୍କୁ ଜୋରଦାର ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି। ଅନେକ ୟୁଜର୍ସ ତ କହୁଛନ୍ତି, ବରୁଣ ବୋଧହୁଏ ରଣବୀର ସିଂଙ୍କୁ ଦେଖି ଜଳୁଛନ୍ତି।

ଗୋଟିଏ ପଟେ ରଣବୀର ସିଂ ‘ଡନ୍ ୩’ ଛାଡ଼ିବା ପରେ ତାଙ୍କୁ ନେଇ ବିବାଦ ଚାଲିଥିବା ବେଳେ, ଅନ୍ୟପଟେ ବରୁଣଙ୍କ ଏହି ବୟାନ ଘିଅରେ ନିଆଁ ଢାଳିବା ଭଳି କାମ କରିଛି।

 

Leave A Reply

Your email address will not be published.