Latest Odisha News

BREAKING NEWS

ମାଲକାନଗିରିରେ ଚଢ଼ା ଦରରେ ବିକ୍ରି ହେଉଛି ପେଟ୍ରୋଲ ଡିଜେଲ, କଳାବଜାରୀକୁ ନେଇ ବଢ଼ିଲା ଚିନ୍ତା

ମାଲକାନଗିରି: ଜିଲ୍ଲାରେ ଇନ୍ଧନ ସଂକଟ ଗଭୀର ହେଉଥିବା ବେଳେ ପେଟ୍ରୋଲ ଓ ଡିଜେଲର କଳାବଜାରୀ ନେଇ ଅଭିଯୋଗ ବଢ଼ିଛି। ପେଟ୍ରୋଲ ପମ୍ପଗୁଡ଼ିକରେ ତେଲ ଅଭାବ ଦେଖାଦେବା ପରେ କିଛି ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ ଚଢ଼ା ଦରରେ ପେଟ୍ରୋଲ ଓ ଡିଜେଲ ବିକ୍ରି କରୁଥିବା ଅଭିଯୋଗ ହୋଇଛି।

 

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅନେକ ସ୍ଥାନରେ ବୋତଲ ଓ ଜାରରେ ଇନ୍ଧନ ରଖି ଖୋଲାଖୋଲି ବିକ୍ରି କରାଯାଉଛି। ସରକାରୀ ଦରଠାରୁ ଲିଟର ପିଛା ଅଧିକ ଟଙ୍କା ନେଇ ପେଟ୍ରୋଲ ଓ ଡିଜେଲ ବିକ୍ରି ହେଉଥିବାରୁ ସାଧାରଣ ଗ୍ରାହକ ଅସୁବିଧାରେ ପଡ଼ିଛନ୍ତି।

 

ଗତ କିଛି ଦିନ ଧରି ମାଲକାନଗିରିର ଅନେକ ପେଟ୍ରୋଲ ପମ୍ପରେ ଇନ୍ଧନ ମହଜୁଦ ନଥିବାରୁ ଲମ୍ବା ଲାଇନ ଲାଗୁଛି। କେତେକ ପମ୍ପରେ ‘ନୋ ଷ୍ଟକ୍’ ବୋର୍ଡ ଲଗାଯାଇଥିବା ବେଳେ ଗାଡ଼ି ଚାଳକମାନେ ଇନ୍ଧନ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି।

 

ଏହି ପରିସ୍ଥିତିର ଫାଇଦା ଉଠାଇ କିଛି ବ୍ୟକ୍ତି ଗାଁ ଓ ରାସ୍ତା କଡ଼ରେ ଅଧିକ ଦରରେ ଇନ୍ଧନ ବିକ୍ରି କରୁଥିବା ଅଭିଯୋଗ ଆସିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।

 

ଏପଟେ ପ୍ରଶାସନ ପକ୍ଷରୁ କଳାବଜାରୀ ରୋକିବା ପାଇଁ ନଜରଦାରି ବଢ଼ାଯାଇଥିବା ସୂଚନା ମିଳିଛି। ଇନ୍ଧନ ଯୋଗାଣ ସ୍ଥିତି ସୁଧାରିବା ସହ ଅବୈଧ ବିକ୍ରି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀମାନେ କହିଛନ୍ତି।

Leave A Reply

Your email address will not be published.