Latest Odisha News

BREAKING NEWS

ଏସିଆନ ଗେମ୍ସ ଟ୍ରାଏଲରେ ହାରିଗଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ ଓ ଅଲିମ୍ପିଆନ ରେସଲର ଭିନେଶ ଫୋଗଟ ଏସିଆନ ଗେମ୍ସ ଟ୍ରାୟଲ୍ସରେ ହାରି ଯାଇଛନ୍ତି । ବିବାଦୀୟ ପରିସ୍ଥିତିରେ ଭିନେଶଙ୍କୁ ଏହି ଟ୍ରାଏଲ୍ସରେ ଅଂଶଗ୍ରହଣ କରିବା ପାଇଁ କୋର୍ଟ ଅନୁମତି ପ୍ରଦାନ କରିଥିଲେ । ୫୩ କିଲୋଗ୍ରାମ ମହିଳା ବିଭାଗରେ ଭିନେଶଙ୍କୁ ଏସିଆନ ଚାମ୍ପିୟନଶିପ ବ୍ରୋଞ୍ଜ ପଦକ ବିଜେତା ମୀନାକ୍ଷୀ ଗୋୟଲ ୬-୪ରେ ପରାସ୍ତ କରିଥିଲେ । ସେ ଫାଇନାଲକୁ ଉନ୍ନୀତ ହୋଇପାରି ନ ଥିବାରୁ ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବା ସୁଯୋଗ ହାତଛଡା କରିଛନ୍ତି ।

୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପରେ ଭିନେଶ କୌଣସି ଏକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଥିଲେ । ଭିନେଶ ପ୍ରଥମ ମ୍ୟାଚରେ ଜ୍ୟୋତିଙ୍କୁ ୭-୧ ଓ ଦ୍ୱିତୀୟରେ ନୀଶୁଙ୍କୁ ୭-୬ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ । ପୂର୍ବରୁ ଡବ୍ଲ୍ୟୁଏଫଆଇ ଭିନେଶଙ୍କ ଉପରେ ବାସନ୍ଦ ଦଣ୍ଡାଦେଶ ଲଗାଇଥିଲା । ସେ ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ଭିନେଶଙ୍କ ସପକ୍ଷରେ କୋର୍ଟ ରାୟ ଦେଇଥିଲେ । ପରେ ଡବ୍ଲ୍ୟୁଏଫଆଇ ଏ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ଏଥିରେ ମଧ୍ୟ ଟ୍ରାଏଲ୍ସରେ ଅଂଶଗ୍ରହଣ କରିବା ପାଇଁ କୋର୍ଟ ରାୟ ଦେଇଥିଲେ ।

Leave A Reply

Your email address will not be published.