ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ବାଜିମାତ କରିବାକୁ ବିଜେପି କରିଛି ମେଗା ପ୍ଲାନ୍ । ଏଥର ନିର୍ବାଚନ ପ୍ରଚାରରେ ସାମିଲ ହେବେ ବିଜେପିର ୨୪୦ ସାଂସଦ । ସେମାନେ ଘର ଘର ବୁଲି ମାଗିବେ ଭୋଟ । ବସ୍ତି ଅଂଚଳକୁ ଯାଇ ଲୋକଙ୍କ ସହ ମିଶିବେ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ନିର୍ବାଚନ ପ୍ରଚାର ପାଇଁ କିଛି ଏଭଳି ଯୋଜନା ପ୍ରସ୍ତୁତ କରିଛନ୍ତି ।
ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ନିର୍ବାଚନ ପ୍ରଚାର ପାଇଁ ୨୪୦ ଜଣ ସାଂସଦଙ୍କୁ ନିୟୋଜିତ କରିଛନ୍ତି । ଏହି ସବୁ ସାଂସଦ ୪ ଦିନ ଯାଏ ଦିଲ୍ଳୀରେ ରହିବେ । ବିଜେପି ପାଇଁ ଏମାନେ ଭୋଟ ମାଗିବେ । ତେବେ ସବୁଠାରୁ ମଜାକଥା ହେଉଛି ଏହି ସବୁ ସାଂସଦ ବସ୍ତି ଅଂଚଳରେ ରହିବେ, ସେଠି ଖାଇବେ ଓ ଭୋଟ ମାଗିବେ ।
ଦିଲ୍ଳୀ ନିର୍ବାଚନ ପ୍ରଚାର ଆରମ୍ଭରୁ ହିଁ ବିଜେପି ତାର ସମସ୍ତ ମାଷ୍ଟର କାର୍ଡ ଖେଳିବା ଆରମ୍ଭ କରିଛି । ସବୁ ଅଚଂଳକୁ ଯାଇ ଷ୍ଟାର ନେତାମାନେ ପ୍ରଚାର ଚଳାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ଷ୍ଟାର ନେତାମାନେ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇ ପ୍ରଚାର ଆରମ୍ଭ କରିଦେଇଛନ୍ତି ।
BREAKING NEWS
- Ama Bus:ପୁଣି ଆମ ବସ୍ ଧକ୍କାରେ ଗଲା ଜୀବନ, ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ
- ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ; ଶେଷ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
Comments are closed.