Latest Odisha News

ବିବିସି ଭାରତୀୟ ମହିଳା କ୍ରୀଡାବିତ୍ ପୁରସ୍କାର, ଶର୍ଟ ଲିଷ୍ଟରେ ଓଡିଶାର ଦୂତି ଚାନ୍ଦ

ନୂଆଦିଲ୍ଲୀ: ଭାରତର ଦ୍ରୁତତମ ମହିଳା ଧାବିକା ଧୂତି ଚାନ୍ଦ ବିବିସି ଭାରତୀୟ ମହିଳା କ୍ରୀଡାବିତ୍ ପୁରସ୍କାରର ଶର୍ଟ ଲିଷ୍ଟରେ ସ୍ଥାନ ପାଇଛନ୍ତି । ଓଡିଶାର ଏହି ଧାବିକାଙ୍କ ଜନ୍ମ ଦିନ ଆଜି (୩ ଫେବୃୟାରୀ) ହୋଇଥିବାରୁ ସେ ଏହି ଖୁସି ଖବର ସମସ୍ତଙ୍କ ସହ ଶେୟାର କରିଛନ୍ତି । ରେସଲର ଭିନେଶ ଫୋଗଟ, ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ, ବକ୍ସର ଏମସି ମେରୀ କମ୍ ଓ ଭିନ୍ନକ୍ଷମ ଆଥଲେଟ ମାନସୀ ଯୋଶୀଙ୍କ ସହ ତାଙ୍କା କଡା ମୁକାବିଲା ହେବ ।

ମାର୍ଚ୍ଚ ୮ରେ ବିଜେତାଙ୍କ ନାମ ଘୋଷଣା କରାଯିବ । ଭୋଟିଂ ପର୍ଯ୍ୟାୟ ବିବିସି ୱେବସାଇଟରେ ଫେବୃୟାରୀ ୧୮ରୁ ଆରମ୍ଭ ହେବ । ସର୍ବାଧିକ ଭୋଟ ଯାହା ସପକ୍ଷରେ ଯିବ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ୪୦ଜଣ ପ୍ରତିଷ୍ଠିତ କ୍ରୀଡା ସାମ୍ବାଦିକଙ୍କ ୪୦ ଖେଳାଳିଙ୍କୁ ଏ ବାବଦକୁ ମନୋନୀତ କରିଥିଲେ ବୋଲି ବିବିସି ଭାରତୀୟ ଭାଷାର ମୂଖ୍ୟ ରୂପା ଝା କହିଛନ୍ତି । ୪୦ରୁ ୫ଜଣଙ୍କୁ ଶର୍ଟଲିଷ୍ଟ କରାଯାଇଛି ବୋଲି ରୂପା କହିଛନ୍ତି । ଗତବର୍ଷ ସିନ୍ଧୁ ପ୍ରଥମ ଭାରତୀୟ ଭାବେ ମହିଳା ବିଶ୍ୱ ଚାମ୍ପିୟନ ହୋଇଥିଲେ ।

 

ସେହିପରି ମେରୀ କମ୍ ବିଶ୍ୱ ଚାମ୍ପିୟନଶିପରେ ୬ ସ୍ୱର୍ଣ୍ଣ ସହ ୮ ପଦକ ଜିତିଛନ୍ତି । ବିନେଶ ୨୦୧୯ ବିଶ୍ୱରେସଲିଂ ଚାମ୍ପିୟନଶିପରେ ବ୍ରୋଞ୍ଜ ଏବଂ ମାନସୀ ପାରା ବିଶ୍ୱ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଦୂତି ୨୦୧୮ ଜାକାର୍ତା ଏସିଆନ୍ ଗେମ୍ସର ୧୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ ।

Leave A Reply

Your email address will not be published.