Latest Odisha News

BREAKING NEWS

ଆଇପିଏଲ ୨୦୨୬ ଶ୍ରେଷ୍ଠ ଏକାଦଶରେ କୋହଲି, ସ୍ଥାନ ପାଇଲେନି ଏହି ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଶୁଭମନ ଗିଲ ଓ ସାଈ ସୁଦର୍ଶନଙ୍କୁ ଶ୍ରେଷ୍ଠ ଏକାଦଶରେ ସ୍ଥାନ ମିଳିନି । ଗିଲ ୭୩୨ ଓ ସାଈ ୭୨୨ ରନ କରିଥିଲେ । ବିରାଟ କୋହଲି ଓ ବୈଭବ ସୂର୍ଯ୍ୟବଂଶୀଙ୍କୁ ଓପନର ଦାୟିତ୍ୱ ପ୍ରଦାନ କରାଯାଇଛି । ଅରେଞ୍ଜ କପ ବିଜେତା ସୁର୍ଯ୍ୟବଂଶୀ ୭୭୬ ରନ ସଂଗ୍ରହ କରିଥିଲେ । ଇଏସପିଏନ କ୍ରିକଇନଫୋ ଏହି ଏକାଦଶ ଚୟନ କରିଛି । ରଜତ ପାଟୀଦାରଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ଈଶାନ କିଶାନ, ହେନେରୀ କ୍ଲାସେନଙ୍କୁ ମିଡିଲ ଅର୍ଡରରେ ସ୍ଥାନ ମିଳିଛି ।

ଈଶାନ ୬୦୨ ଓ କ୍ଲାସେନ ୬୨୪ ରନ କରିବା ସହ ସମ୍ପୂର୍ଣ୍ଣ ଆଇପିଏଲରେ ବିସ୍ଫୋରକ ପ୍ରଦର୍ଶନ କରିଥିଲେ । ନୀତିଶ କୁମାର ରେଡ୍ଡୀ ଓ କୃଣାଳ ପାଣ୍ଡ୍ୟାଙ୍କୁ ଅଲରାଉଣ୍ଡର ଭୂମିକା ଦିଆଯାଇଛି । ସୁନୀଲ ନାରିନ, ଭୁବନେଶ୍ୱର କୁମାର, କାଗିସୋ ରାବାଡା, ଜୋଫ୍ରା ଆର୍ଚ୍ଚର ଓ ସାକିବ ହୁସେନ ବୋଲରଭାବେ ସ୍ଥାନ ପାଇଛନ୍ତି । ରାବାଡା ପର୍ପଲ କପ ବିଜେତା ହୋଇଥିବା ବେଳେ ଭୁବନେଶ୍ୱର ଆରସିବି ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.