Latest Odisha News

BREAKING NEWS

brown sugar seized:୪୧ ଲକ୍ଷର ବ୍ରାଉନସୁଗାର ସହ କାର ଜବତ; ମହିଳାଙ୍କ ସମେତ ୫ଗିରଫ

ଜଗତସିଂହପୁର:ଜଗତସିଂହପୁର ପୋଲିସ ୨୭୭.୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି ବ୍ରାଉନସୁଗାରର ମୂଲ୍ୟ ୪୧ ଲକ୍ଷ ୫୫ ହଜାର ଟଙ୍କା ହେବ। ଏହି ଘଟଣାରେ ୫ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଲକ୍ଷ୍ମୀସାଗର ଥାନା ଅଧୀନ ହଳଦୀପଡ଼ିଆ ବସ୍ତିର ବିଜୟ କୁମାର ଶର୍ମାଙ୍କ ସ୍ତ୍ରୀ ତାରା ଶର୍ମା (୩୦), ଲକ୍ଷ୍ମୀସାଗର ଥାନା ଝାରପଡ଼ା ମହାଦେବନଗର ବାସିନ୍ଦା ପଦ୍ମନାଭ ନାୟକଭଙ୍କ ପୁଅ ସରୋଜ ନାୟକ (୨୯), କଟକ ଜିଲ୍ଲା ସାଲେପୁର ଥାନା ଅଧୀନ ରସାଳପୁର ଗ୍ରାମର ନଗେନ୍ଦ୍ର ବେହେରାଙ୍କ ପୁଅ ନିତିନ ବେହେରା (୨୩), ଝାରପଡ଼ା ଥାନା ଅଧୀନ ମହାଦେବ ନଗରର ସନ୍ତୋଷ ଦାସଙ୍କ ପୁଅ ବିକାଶ ଦାଶ (୨୨) ଏବଂ ପୁରୀ ଜିଲ୍ଲା ଗୋପ ଥାନା ଅଧୀନ ବିଚିତ୍ରାନନ୍ଦ ଦଳାଇଙ୍କ ପୁଅ ତାପସ ଦଳାଇ (୨୮)।

ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଜଗତସିଂହପୁର ଏସଡିପିଓଙ୍କ ନେତୃତ୍ବରେ ବ୍ରାଉନସୁଗାର ବେପାରୀଙ୍କ ଉପରେ ଏକ ପୋଲିସ ଟିମ୍‌ ଦ୍ବାରା ଚଢ଼ଉ କରାଯାଇଥିଲା। ଏମାନେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରୁ ବ୍ରାଉନସୁଗାର ଆଣୁଥିଲେ। ୧୦ଗ୍ରାମ ପିଛା ପ୍ରାୟ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲେ।

ପୋଲିସ ସୂଚନାନୁସାରେ, ଅଭିଯୁକ୍ତମାନଙ୍କ ଠାରୁ ୨୭୭.୫ ଗ୍ରାମ ବ୍ରାଉନସୁଗାର, ଏକ ଧଳା କାର (ଓଡି ୩୩ ଏଆର ୨୦୫୨) ଏବଂ ୫ଟି ମୋବାଇଲ ଜବତ ହୋଇଛି।

Comments are closed.