୨୪ ଘଣ୍ଟାରେ ଘଡଘଡି ବର୍ଷା ନେଇ ଏହି ୩ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି..୭ ତାରିଖ ଯାଏଁ କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ବର: ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କିଛି କିଛି ଅଞ୍ଚଳରେ କାଳବୈଶାଖୀ ରହିବ ୫ ଓ ୬ ଦୁଇ ଦିନ ସାରା ରାଜ୍ୟରେ ବର୍ଷା ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ ଓ ନବରଙ୍ଗପୁରରେ ବିଜୁଳି, ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବାବେଳେ, ୫୦ରୁ ୬୦ କିଲୋମିଟର ଭିତରେ ପବନ ବୋହିବାର ସମ୍ଭାବନା ରହିଛ । ଏହି ୩ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କିଛି କିଛି ଅଞ୍ଚଳରେ କାଳବୈଶାଖୀ ରହିବ ୫ ଓ ୬ ଦୁଇ ଦିନ ସାରା ରାଜ୍ୟରେ ବର୍ଷା ପାଇଁ ଚେତାବନୀ ଦେଇଛି ବିଭାଗ ।
ରାଜ୍ୟରେ ବର୍ତ୍ତମାନ ଉପକୂଳ ଅଞ୍ଚଳରେ ତାପମାତ୍ରା ୩୬ରୁ ୩୯ ଡିଗ୍ରୀ ସେଲସିୟସ୍ ରହିବ । ମଝିରେ ମଝିରେ କାଳବୈଶାଖୀ ହୋଇପାରେ । ପଶ୍ଚିମ ଓଡ଼ିଶାରେ ୩୯ରୁ ୪୨ ଡିଗ୍ରୀ ତାପମାତ୍ରା ସହ କିଛି କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ଅଛି । ଏଭଳି ପାଗ ୭ ତାରିଖ ଯାଏ ରହିବ । ତା’ପରେ ତାପମାତ୍ରା ସାମାନ୍ୟ କମିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ସେପଟେ, ଜୁନ ୪ରେ ମୌସୁମୀ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ତେବେ ୭ରୁ ୧୦ ତାରିଖ ଭିତରେ ମୌସୁମୀ ପଶ୍ଚିମ ଭାରତର କିଛି ଅଂଶକୁ ପ୍ରବେଶ କରିବ । ମୌସୁମୀର ଆରବ ସାଗର ଶାଖା ସହ ବଙ୍ଗୋପସାଗର ଶାଖା ଅନୁକୂଳ ରହିଲେ, ୧୩ରୁ ୧୬ ତାରିଖ ଭିତରେ ମୌସୁମୀ ଓଡ଼ିଶା ଆଗମନ କରିବ । ରଜ ସୁଦ୍ଧା ରାଜ୍ୟରେ ଆସି ପହଞ୍ଚିଯିବ ମୌସୁମୀ । ଗରମ ଓ ଗୁଳୁଗୁଳିକୁ ଭିଜାଇ ଦେବ ମୌସୁମୀ ବର୍ଷା ।