ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ବିଜୟ ମୁକୁଟ ପିନ୍ଧାଇବାକୁ ଲାଗିପଡ଼ିଛନ୍ତି ଷ୍ଟାର ପ୍ରଚାରକ । ଦିଲ୍ଳୀ ଶାସନ ଗଦିରେ ବସିବା ପାଇଁ ପ୍ରତ୍ୟେକ ଦଳ ବିରୋଧୀଙ୍କୁ ଟାର୍ଗେଟ କରିବାରେ ଲାଗିପଡ଼ିଛନ୍ତି । ଏହାରି ଭିତରେ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ଉପରେ ବର୍ଷିଛନ୍ତି । ବିମୁଦ୍ରାକରଣ, ବେକାରୀ ସମସ୍ୟା, ଚଳିତ ବର୍ଷ ବଜେଟ ଅଧିବେସନକୁ ନେଇ ମଧ୍ୟ ବିଜେପିକୁ ଘେରିଛନ୍ତି ରାହୁଲ ।
ଦିଲ୍ଲୀ ଜଙ୍ଗାପୁରରେ ରାଲିକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ବିଜେପି ସବୁକିଛି ବିକି ଦେବାରେ ଲାଗିପଡ଼ିଛି, କେତେବେଳେ ତାଜମହଲକୁ ମଧ୍ୟ ବିକ୍ରି କରିଦେବ । ଏପରିକି ରାହୁଲ ତାଙ୍କ ବୟାନରେ କହିଛନ୍ତି ବିଜେପି ନେତା ଦେଶଭକ୍ତିର କଥା କହୁଛନ୍ତି, ସକାଳେ ସଂନ୍ଧ୍ୟାରେ ପାକିସ୍ତାନ ପାକିସ୍ତାନ ନାରା ଲଗାଉଛନ୍ତି । ହେଲେ ତାଙ୍କୁ ବିଜେପିର ଏଭଳି ନେତା ଦେଖେଇ ଦିଅ ଯିଏ ପାକିସ୍ତାନ ଯାଇ ହିନ୍ଦୁସ୍ତାନର ନାରା ଲଗାଇବାର ଦମ୍ ରଖିପାରିବେ । ବିଜେପି ହେଉ କି ଆପ ଏଠାରେ କାମ ହୁଏନି, ହୁଏତ କେବଳ ପ୍ରଚାରପ୍ରସାର । ୨୪ ଘଂଟାରେ ଆପଣମାନଙ୍କ ଟଙ୍କା ନେଇ ତାଙ୍କ ପ୍ରଚାର ଆପଣମାନଙ୍କୁ ଦେଖାଉଥିବା କହିଛନ୍ତି ରାହୁଲ ।
୨ କୋଟି ଯୁବକଙ୍କୁ ଚାକିରି ଦେବାର ପ୍ରତିଶୃତି ରଖିଥିଲେ ହେଲେ ମିଳିଲାନି । ଦିଲ୍ଲୀରେ କେଜ୍ରିୱାଲ ବେକାରୀ ସମସ୍ୟା ଦୂର କରିବା ପାଇଁ କ’ଣ କରିଛନ୍ତି ବୋଲି ମଧ୍ୟ ରାହୁଲ ପ୍ରଶ୍ନ କରିଥିଲେ । ଏହା ସହ ଦେଶରେ ବିମୁଦ୍ରାକରଣ କେଉଁ ସରକାର ସମୟରେ ଲାଗିଥିଲା ବୋଲି ରାହୁଲ ଜନତାଙ୍କୁ କହିଛନ୍ତି । ଏପରିକି ଦେଶରେ ଗବ୍ୱର ସିଂହ ଟ୍ୟାକ୍ସ କିଏ ଲଗାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଅର୍ଥମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ସେ କହିବାକୁ ପ୍ରସ୍ତୁତ ନୁହଁନ୍ତି କି ସେ କେତେ ଯୁବକଙ୍କୁ ଚାକିରୀ ଦେଇଛନ୍ତି । ୩ ଘଂଟାର ବଜେଟ ଭାଷଣରେ ନାଁ ଯୁବକଙ୍କ ପାଇଁ କିଛି ଅଛି ନାଁ ଚାଷୀଙ୍କ ପାଇଁ । ମେକ ଇନ ଇଣ୍ଡିଆକୁ ନେଇ ମଧ୍ୟ କେନ୍ଦ୍ରକୁ କଟାକ୍ଷ କରିଛନ୍ତି ରାହୁଲ ।
BREAKING NEWS
- ବାତ୍ୟା ‘ମୁରାସୁ’ ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ପ୍ରାୟ ୨,୦୦୦ କୋଟି ଟଙ୍କାର କ୍ଷୟକ୍ଷତି:ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
- SC on Delhi Weather: ନିଶ୍ବାସ ନେବାକୁ ହେଉଛି କଷ୍ଟ…କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କଟାକ୍ଷ!, “ଦିଲ୍ଲୀର ପାଗ ଉପଭୋଗ କରୁଛନ୍ତି ତ…”
- ବାତ୍ୟା ଯୋଗୁଁ ଫସଲ ନଷ୍ଟ: ଜୀବନ ହାରିଲେ ଆଉ ଜଣେ ଚାଷୀ
- ଗଛରେ ଝୁଲୁଛି ଗାଡ଼ି ସୋରୁମ୍ ମାଲିକଙ୍କ ମୃତଦେହ: ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟା ?
- Rajya Sabha Seats: ହରଦୀପ ପୁରୀଙ୍କ ବାଜିମାତ୍! ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବିରୋଧ ନିର୍ବାଚିତ, କୋର୍ଟ ଯିବ କଂଗ୍ରେସ…
- କେଜି ହିଲ୍ସ ଜଙ୍ଗଲରୁ ୭୧୧ଟି ବିଜିଏଲ୍ ସେଲ୍ ଜବତ କଲା ସୁରକ୍ଷା ବାହିନୀ
- ମାଛ ଧରିବାକୁ ଯାଇ ବୁଡ଼ିଗଲା ଡଙ୍ଗା, ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ
- ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ଘରେ EOW ରେଡ୍
- Shah challenge Rahul: ସଂସଦରେ ମୁହାଁମୁହିଁ ହୁଅ ରାହୁଲ! ଅମିତ ଶାହଙ୍କ ଖୋଲା ଚ୍ୟାଲେଞ୍ଜ, ‘ଜବାବ ସହି ପାରିବନି କଂଗ୍ରେସ’!
- ଲସ୍ ଆଞ୍ଜେଲସ୍ ମେୟର୍ ନିର୍ବାଚନ ଜିତିଲେ ଭାରତୀୟ ବଂଶୋଦ୍ଭବ ନିତ୍ୟା ରାମନ୍
Comments are closed.