Latest Odisha News

BREAKING NEWS

ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଶ୍ରୀଲଙ୍କା ଏକୁ ହରାଇଲା ଭାରତ ଏ

ଦାମ୍ବୁଲା: ଏଠାରେ ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ପ୍ରଥମ ଦିିନିକିଆ କ୍ରିକେଟ ମ୍ୟାଚରେ ଭାରତ ଏ ୮ ରନରେ ଶ୍ରୀଲଙ୍କା ଏକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ଏ ୫୦ ଓଭରରେ ୬ ୱିକେଟ ବିନିମୟରେ ୨୭୭ ରନ କରିଥିଲା । ରିତୁରାଜ ଗାଏକ୍ୱାଡ ୧୦୧ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ଅଧିନାୟକ ତିଳକ ବର୍ମା ୬୦ ରନର ଯୋଗଦାନ ଦେଇଥିଲେ । ବୈଭବ ସୂର୍ଯ୍ୟବଂଶର ୧୪ ରନ କରବାକୁ ସକ୍ଷମ ହୋଇଥିଲେ । ଜବାବରେ ଶ୍ରୀଲଙ୍କା ଏ ଟିମ ୪୮.୫ ଓଭରରେ ୨୬୯ ରନ କରି ଅଲଆଉଟ ହୋଇ ଯାଇଥିଲା ।

ଶେଷ ୨ ଓଭରରେ ଶ୍ରୀଲଙ୍କା ହାତରେ ୩ ୱିକେଟ ଥିବା ବେଳେ ଦଳ ବିଜୟ ପାଇଁ ୧୦ ରନ ଆବଶ୍ୟକ କରୁଥିଲା । ୪୯ତମ ଓଭରରେ ଅର୍ଶାଦ ଖାଁ ୨ଟି ୱିକେଟ ନେବା ସହ ଗୋଟିଏ ରନଆଉଟ କରି ଶ୍ରୀଲଙ୍କାକୁ ଅଲଆଉଟ କରି ଦେଇଥିଲେ । ସହାନ ଅରାଚିଗେ ୭୪ ଓ ସଦୀରା ସମରବିକ୍ରମା ୪୬ ରନ କରି ଶ୍ରୀଲଙ୍କାର ବିଜୟ ଆଶା ଉଜ୍ଜୀବୀତ କରିଥିଲେ । ଭାରତ ପକ୍ଷରୁ ଆୟୂଷ ବଦୋନୀ, ଅନୁକୂଲ ରାୟ, ଅର୍ଶାଦ ଖାଁ ଓ ବିପ୍ରଜ ନିଗମ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଅଂଶୁଲ କମ୍ବୋଜ ଗୋଟିଏ ୱିକେଟ ନେଇଥିଲେ ।

Leave A Reply

Your email address will not be published.