Latest Odisha News

BREAKING NEWS

Rajya Sabha by-election:ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥୀପତ୍ର କାଏମ୍

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥୀପତ୍ର କାଏମ। ରାଜ୍ୟସଭା ଉପନିର୍ବାଚନ ପାଇଁ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି। ମୋଟ ୪ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଦେବାଶିଷ। ଆସନ୍ତା ୧୮ ତାରିଖରେ ରାଜ୍ୟସଭା ଉପ ନିର୍ବାଚନ ହେବାକୁ ଯାଉଛି।

ରାଜ୍ୟସଭା ଉପନିର୍ବାଚନ ପାଇଁ ଗତ ୫ ତାରିଖରେ ନାମାଙ୍କନ ଭରିଥିଲେ ଦେବାଶିଷ ସାମନ୍ତରାୟ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ଦେବାଶିଷ। ଯାଞ୍ଚ ସମୟରେ ତାଙ୍କ ଦାଖଲ କରିଥିବା ସମସ୍ତ ଦସ୍ତାବିଜ ଓ ପ୍ରସ୍ତାବକଙ୍କ ବିବରଣୀ ସଠିକ୍ ଥିବାରୁ ତାଙ୍କର ଚାରିଟି ସେଟ୍ ପ୍ରାର୍ଥୀପତ୍ରକୁ ବୈଧ ବୋଲି ଘୋଷଣା କରାଯାଇଛି। ରାଜ୍ୟସଭା ଉପନିର୍ବାଚନ ପାଇଁ ଦେବାଶିଷ ନିକଟରେ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସୋମବାର ହୋଇଥିବା ଯାଞ୍ଚ ପ୍ରକ୍ରିୟାରେ ତାଙ୍କର ଚାରିଟି ସେଟ୍ ପ୍ରାର୍ଥୀପତ୍ରର ସମୀକ୍ଷା କରାଯାଇଥିଲା।

ଯାଞ୍ଚ ପରେ ସମସ୍ତ ପ୍ରାର୍ଥୀପତ୍ର ନିର୍ବାଚନୀ ନିୟମାବଳୀ ଅନୁଯାୟୀ ଥିବାରୁ ସେଗୁଡ଼ିକୁ କାଏମ୍ ରଖାଯାଇଛି। ଏହା ସହିତ ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥିତ୍ଵ ଆନୁଷ୍ଠାନିକ ଭାବେ ବୈଧ ହୋଇଛି। ନାମାଙ୍କନ ପ୍ରତ୍ୟାହାର ଅବଧି ଶେଷ ହେବା ପରେ ନିର୍ବାଚନୀ ଚିତ୍ର ଆହୁରି ସ୍ପଷ୍ଟ ହେବ। ଓଡ଼ିଶାରୁ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଏହି ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.