କଟକ: କାୟା ବିସ୍ତାର କରୁଛି ମାରାତ୍ମକ ଭୁତାଣୁ କରୋନା । କରୋନା ଭୁତାଣୁ ସନ୍ଦେହରେ ଚୀନର ହଂକଂ ରୁ ଫେରିଥିବା ଯୁବ ଇଞ୍ଜିନିୟର ମଙ୍ଗଳବାର ରାତିରେ ଏସସିବିର ସ୍ୱତନ୍ତ୍ର ୱାର୍ଡ଼ରେ ଭର୍ତ୍ତି ହୋଇଛନ୍ତି ।
ଅନ୍ୟପଟେ ପୂର୍ବରୁ କରୋନା ଭୂତାଣୁ ସଂକ୍ରମଣ ଭୟରେ ମୟୁରଭଞ୍ଜ ଓ ଫୁଲବାଣୀର ଦୁଇ ଡ଼ାକ୍ତରୀ ଛାତ୍ର ଏସସିବିରେ ଭର୍ତ୍ତି ହୋଇଥିବା ବେଳେ ଗତକାଲି ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି ।
କରୋନା ଭୟରେ ଗତକାଲି ଭର୍ତ୍ତି ହୋଇଥିବା ଇଞ୍ଜିନିୟରଙ୍କ ଘର ଜଗତସିଂହପୁର ଜିଲ୍ଲାରେ ହୋଇଥିବାବେଳେ ସେ ଚୀନର ହଂକଂରେ ଚାକିରି କରିଥୁବା ଜଣାପଡିଛି । ଜାନୁଆରୀ ୨୪ ତାରିଖରେ ସେ ଚୀନରୁ ଘରକୁ ଫେରିଥିଲେ । ଭାରତ ଫେରିବା ପରେ ସେ ଥଣ୍ଡା ଓ ଜ୍ୱରର ଶିକାର ହୋଇଥିଲେ । ତାଙ୍କ ରକ୍ତ ଓ ଲାଳ ନୁମୁନାକୁ ପରୀକ୍ଷା ନିମନ୍ତେ ପୁନେ ସ୍ଥିତ ‘ଏନଆଇଭି’କୁ ପଠାଯିବ ।
ବର୍ତ୍ତମାନ ଏସସିବିର ସ୍ୱତନ୍ତ୍ର ୱାର୍ଡରେ ୨ ଜଣ ରୋଗୀ ଅଛନ୍ତି।
କରୋନା ଭୂତାଣୁରେ ଚୀନରେ ଏଯାଏଁ ୨୦ ହଜାର ୫୦୦ ଲୋକ ସଂକ୍ରମିତ ହୋଇଥିବା ବେଳେ ଚୀନ ବାହାରେ ୧୯୨ ଜଣ ବ୍ୟକ୍ତି ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି ।
Comments are closed.