ଭୁବନେଶ୍ବର:ଶରୀରରେ କ୍ୟାଲସିୟମ ଅଭାବ ବିଭିନ୍ନ ସମସ୍ୟା ସୃଷ୍ଟି କରେ । ଏଥି ମଧ୍ୟରୁ ଗୋଟିଏ ହେଉଛି ହାଡ଼ ଦୁର୍ବଳ ହେବା । ଏହା ଅକାଳରେ ହାଡ଼ ଦୁର୍ବଳ କରିଦିଏ। କ୍ୟାଲସିୟମ ଅଭାବ ଯୋଗୁଁ ହାଡ଼ ଅକାଳରେ ଦୁର୍ବଳ ହୋଇଯାଏ। ଆପଣଙ୍କ ଖାଦ୍ୟରେ କିଛି ଜରୁରୀ ପରିବର୍ତ୍ତନ କରି ଏହି ଅଭାବକୁ ପୂରଣ କରିପାରିବେ। ଏହି ଅଭାବ ପୂରଣ କରିବା ପାଇଁ, ଆପଣଙ୍କ ଖାଦ୍ୟରେ ଦୁଗ୍ଧଜାତ ଖାଦ୍ୟ,ସବୁଜ ପନିପରିବା କିମ୍ବା କିଛି ଶସ୍ୟ ଅନ୍ତର୍ଭୁକ୍ତ କରିପାରିବେ। ଏହା ସହିତ ଖାଦ୍ୟରେ ଡ୍ରାଏ ଫ୍ରୁଟ୍ସ ସାମିଲ କରିବା ଦ୍ୱାରା ଆପଣଙ୍କ ହାଡ଼ ମଜବୁତ ହୋଇପାରିବ।
ଏଠାରେ ଆମେ କିଛି ଡ୍ରାଏ ଫ୍ରୁଟ୍ସ ବିଷୟରେ କହିବୁ ଯାହାକୁ ଆପଣଙ୍କ ଖାଦ୍ୟରେ ସାମିଲ କରି ହାଡ଼କୁ ମଜବୁତ କରି ପାରିବେ ।
ବାଦାମ- ବାଦାମକୁ ହାଡ଼ ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ । ଏଥିରେ କ୍ୟାଲସିୟମ ଏବଂ ଭିଟାମିନ ଇ ଭରପୂର ମାତ୍ରାରେ ଥାଏ। କ୍ୟାଲସିୟମ ହାଡ଼ର ଘନତା ବୃଦ୍ଧି କରିଥାଏ । ବାଦାମରେ ଥିବା ମ୍ୟାଗ୍ନେସିୟମ ଶରୀରକୁ କ୍ୟାଲସିୟମ ଶୋଷଣ କରିବାରେ ସାହାଯ୍ୟ କରେ। ପ୍ରତିଦିନ ସକାଳେ ୫-୬ ଟି ଭିଜା ବାଦାମ ଖାଇବା ଦ୍ବାରା ହାଡ଼ ମଜବୁତ କରେ । ତେଣୁ ଏହାର ସେବନ ନିଶ୍ଚିତ ଭାବରେ କରନ୍ତୁ ।
ଅଞ୍ଜିର- ଆପଣ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଆପଣଙ୍କ ହାଡ଼କୁ ମଜବୁତ ରଖିବାକୁ ଚାହାଁନ୍ତି, ତେବେ ଅଞ୍ଜିର ଖାଇବା ଆରମ୍ଭ କରନ୍ତୁ। ଅଞ୍ଜିରକୁ କ୍ୟାଲସିୟମର ଏକ ଉତ୍କୃଷ୍ଟ ଉତ୍ସ ଭାବରେ ବିବେଚନା କରାଯାଏ। ଅଧ କପ୍ ଅଞ୍ଜିରରେ ପ୍ରାୟ ଏକ କପ୍ କ୍ଷୀର ପରି ସମାନ ପରିମାଣର କ୍ୟାଲସିୟମ ଥାଏ। ଏହା ସହିତ, ଅଞ୍ଜିରରେ ପୋଟାସିୟମ ଥାଏ, ଯାହା ଶରୀରରୁ କ୍ୟାଲସିୟମ ହ୍ରାସକୁ ରୋକିବାରେ ସାହାଯ୍ୟ କରେ।
କାଜୁ-କାଜୁରେ ମ୍ୟାଗ୍ନେସିୟମ୍ ଏବଂ କପର ଭରପୂର ରହିଛି । ମ୍ୟାଗ୍ନେସିୟମ୍ ହାଡ଼ର ନମନୀୟତା ଏବଂ ଗଠନକୁ ଉନ୍ନତ କରେ। ତେବେ ଏହି କାଜୁକୁ ସୀମିତ ପରିମାଣରେ ସେବନ କରନ୍ତୁ।
କିସମିସ-କିସମିସରେ ବୋରନ୍ ନାମକ ଏକ ଖଣିଜ ପଦାର୍ଥ ଥାଏ, ଯାହା ହାଡ଼ ଏବଂ ଗଣ୍ଠି ସ୍ୱାସ୍ଥ୍ୟ ପାଇଁ ଜରୁରୀ। ବୋରନ୍ ଶରୀରକୁ କ୍ୟାଲସିୟମ୍ ଏବଂ ଭିଟାମିନ୍ ଡିକୁ ପ୍ରଭାବଶାଳୀ ଭାବରେ ବ୍ୟବହାର କରିବାରେ ସାହାଯ୍ୟ କରେ।
ଅଖରୋଟ- ଅଖରୋଟ ଓମେଗା-୩ ଫ୍ୟାଟି ଏସିଡରେ ଭରପୂର। ଏହା ହାଡ଼ରେ ପ୍ରଦାହ କମ କରେ ଏବଂ ହାଡକୁ ମଜବୁତ କରେ।

Comments are closed.