ନୂଆଦିଲ୍ଲୀ: ମହିଳା ଟି୨୦ ବିଶ୍ୱକପ ୨୦୨୬ ଆରମ୍ଭ ହୋଇଯାଇଛି । ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମ୍ୟାଚରେ ପୂନର୍ବାର ନୋ ହ୍ୟାଣ୍ଡସେକ ପଲିସି ଚର୍ଚ୍ଚାର କାରଣ ସାଜିଛି । ରିପୋର୍ଟ ମୁତାବକ ପାକିସ୍ତାନ ଅଧିନାୟିକା ଫାତିମା ସନାଙ୍କ ସହ ହରମନପ୍ରୀତ କୌର ହାତ ମିଳାଇ ନ ଥିଲେ । ପୂର୍ବରୁ ପୁରୁଷ ଏସିଆ କପ, ରାଇଜିଂ ଷ୍ଟାର୍ସ ଏସିଆ କପ, ୧୯ ବର୍ଷରୁ କମ ଏସିଆ କପ, ଓ ମହିଳା ବିଶ୍ୱକପରେ ମଧ୍ୟ ଭାରତ ଏହି ନୀତି ଆପଣାଇଥିଲେ । ଭାରତ ଏବଂ ପାକିସ୍ତାନ ବୋର୍ଡ ପକ୍ଷରୁ ଏ ନେଇ କୌଣସି ବିଧିବଦ୍ଧ ବୟାନ ଜାରୀ କରାଯାଇ ନାହିଁ ।
ହରମନପ୍ରୀତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଭାରତୀୟ ଟିମ ଏହି ମ୍ୟାଚରେ ୩ ସ୍ପିନର ଓ ୨ ପେସ ବୋଲର ରଣନୀତିରେ ଓହ୍ଲାଇଛନ୍ତି । ଭାରତ ଏହି ମ୍ୟାଚରେ ବିଜୟ ସହ ଅଭିଯାନ କରିବା ପାଇଁ ଚାହିଁବ । ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୀତି ବିବାଦ ଯୋଗୁ ଦ୍ୱିପାକ୍ଷିକ ସିରିଜ ସମେତ ଅନ୍ୟ ଆନ୍ତର୍ଜାତୀୟ ମ୍ୟାଚ ବନ୍ଦ ରହିଛି । ଆଇସିସି ମୁକାବିଲାରେ କେବଳ ନିରପେକ୍ଷ ସ୍ଥାନରେ ଉଭୟ ଟିମ ଖେଳୁଛନ୍ତି ।
