Latest Odisha News

ଓଡ଼ିଶା ଛାଡିବନି ବାଘୁଣୀ ‘ସୁନ୍ଦରୀ’!

ଭୁବନେଶ୍ୱର: ଏବେ ଓଡ଼ିଶା ଛାଡିବନି ବାଘୁଣୀ ‘ସୁନ୍ଦରୀ । ସେ ଓଡ଼ିଶାରେ ହିଁ ରହିବ । ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟର ଘୋରେଲାରେ ବର୍ତ୍ତମନା ଅନ୍ୟ ୨ଟି ବାଘ ଅଛନ୍ତି । ତେଣୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପରେ ସୁନ୍ଦରୀକୁ ସେଠାକୁ ସ୍ଥାନାନ୍ତର କରାଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡନ୍ ହରିଶଙ୍କର ଉପାଧ୍ୟାୟ କହିଛନ୍ତି ।ସୂଚନାଯୋଗ୍ୟ ଯେ, ମଣିଷ ମାରିବା ଅଭିଯୋଗରେ ନିୟମ ଉଲ୍ଲଂଘନ କରି ବାଘୁଣୀ ସୁନ୍ଦରୀକୁ ବର୍ଷାଧିକ କାଳ ଛୋଟ ଏନ୍‌କ୍ଲୋଜରରେ ବନ୍ଦୀ କରି ରଖାଯାଇଥିଲା । ରାଜ୍ୟ ବନବିଭାଗର ଏଭଳି ଚରମ ଅବହେଳା ଯୋଗୁଁ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ବନ୍ଦ କରିଦେଇଥିଲା ଏନ୍‌ଟିସିଏ ।
ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ଏନ୍‌କ୍ଲୋଜରରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶକୁ ଫେରାଇ ନିଆଯିବାକୁ ଯୋଜନା ଚାଲିଥିଲା । ତୁରନ୍ତ ଏହି ବାଘୁଣୀକୁ କାହ୍ନା ଅଭୟାରଣ୍ୟର କେନ୍ଦ୍ରକୁ ନେବା ପାଇଁ କଡା ଚିଠି ମଧ୍ୟ ଲେଖିଥିଲେ ଏନ୍‌ଟିସିଏ ।

Comments are closed.