Latest Odisha News

BREAKING NEWS

ପୁଣି ନନ୍ଦନକାନନରେ ଜନ୍ମିତ ଶାଗୁଣା ଶାବକର ମୃତ୍ୟୁ

ଭୁବନେଶ୍ବର:ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶାଗୁଣା ଶାବକର ସୋମବାର ମୃତ୍ୟୁ ହୋଇଛି।
ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିସରର ଶାଗୁଣା ପ୍ରଜନନ କେନ୍ଦ୍ରରେ ଗତ ମାର୍ଚ୍ଚ ୧୧ ତାରିଖରେ ଜନ୍ମ ଲାଭ କରିଥିବା ଶାଗୁଣା ଶାବକର ମୃତ୍ୟୁ ହୋଇଛି । କେଉଁ କାରଣରୁ ହୋଇଛି ଜାଣିବା ପାଇଁ ଶବ ବ୍ୟବଛେଦ ଲାଗି ପଠାଇଛନ୍ତି କର୍ତ୍ତୁପକ୍ଷ।

ତେବେ ଏଥରକୁ ମିଶାଇ ଦ୍ୱିତୀୟ ଥର ନନ୍ଦନକାନନରେ ଜନ୍ମିତ ଶାଗୁଣା ଶାବକ ମୃତ୍ୟୁ ଫଳରେ ଶାଗୁଣା ପ୍ରଜନନ ଯୋଜନାକୁ ଶକ୍ତ ଧକା ଲାଗିଛି।

ଗତ ୨୦୧୮ ମସିହା ନଭେମ୍ବର ୨୮ ତାରିଖରେ ନନ୍ଦନକାନନକୁ ଗୋଆଲିୟରରୁ ୧୨ଟି ଶାଗୁଣା ଆଣି କୋଟିଏ ଟଙ୍କା ବ୍ୟୟରେ ନିର୍ମିତ ଶାଗୁଣା ପ୍ରଜନନ କେନ୍ଦ୍ର ମଧ୍ୟରେ ଛଡା ଯାଇ ଥିଲା। ୨୦୧୯ ମସିହା ଫେବ୍ରୁଆରି ମାସ ୨୮ ତାରିଖରେ ୪୫ ନମ୍ବର ବ୍ୟାଚ ଲାଗିଥିବା ଏକ ଶାଗୁଣା ଅଣ୍ଡାରୁ ପ୍ରଥମ ଶାବକ ଟିଏ ବାହାରି ଥିଲା। ମାତ୍ର ଶାଗୁଣା ଛଅଟି ହଠାତ୍ ଅସୁସ୍ଥ ହେବାରୁ ତାକୁ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଇ ଥିଲା। ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସେହି ବର୍ଷ ମାର୍ଚ୍ଚ ମାସ ୧୩ ତାରିଖରେ ତାର ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.