ଭୁବନେଶ୍ବର: ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ସିନିୟର ଡେପୁଟି ଇଲେକ୍ସନ କମିଶନର ଜ୍ଞାନେଶ ଭାରତୀ। ରାଜ୍ୟରେ ଚାଲିଥିବା SIRର ଅଗ୍ରଗତି ନେଇ ସେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିବେ। ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଅଧିକାରୀମାନଙ୍କୁ ଆବଶ୍ୟକୀୟ ଦିଗଦର୍ଶନ ଦେବେ।
ଜୁନ୍ ୧୬ ତାରିଖରେ ରାଜଧାନୀରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଉପ-ନିର୍ବାଚନ ଆୟୁକ୍ତ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ନିର୍ବାଚକ ପଞ୍ଜିକରଣ ଅଧିକାରୀମାନଙ୍କ ସହ ସ୍ଵତନ୍ତ୍ର ସଘନ ସଂଶୋଧନର ବର୍ତ୍ତମାନ ସ୍ଥିତି ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିବେ।
ଏହାପରେ ଜ୍ଞାନେଶ ଭାରତୀ ଜୁନ୍ ୧୭ ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ କ୍ଷେତ୍ର ସ୍ତରରେ ଚାଲିଥିବା ସଂଶୋଧନ ପ୍ରକ୍ରିୟାର ଅଗ୍ରଗତି ପରଖିବେ ଏବଂ ସ୍ଥାନୀୟ ନିର୍ବାଚନ ପ୍ରଶାସନ ସହ ସ୍ୱତନ୍ତ୍ର ଭାବେ ଆଲୋଚନା କରିବେ।
Comments are closed.