ଚେନ୍ନାଇ: ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ବିରୋଧ କରୁଥିବା ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ସାଉଥ ସୁପରଷ୍ଟାର ରଜନୀକାନ୍ତି । ଏହି ଆଇନ ମୁସଲମାନଙ୍କ ପାଇଁ ବିପଦ ନୁହେଁ । ଯଦି କେବେ ବି ଏହି ଆଇନ ମୁସଲମାନଙ୍କୁ କ୍ଷତି ପହଂଚାଇବ ତେବେ ପ୍ରଥମେ ମୁଁ ଆଗକୁ ଆସିବି ବୋଲି ରଜନୀକାନ୍ତ କହିଛନ୍ତି । କେବଳ ସେତିକି ନୁହେଁ ଏନ୍ଆର୍ପିକୁ ମଧ୍ୟ ସେ ସମର୍ଥନ କରିଛନ୍ତି । ରାଷ୍ଟ୍ରୀୟ ଜନସଂଖ୍ୟା ପଂଜିକା ଦେଶ ପାଇଁ ଜରୁରୀ ବୋଲି ସେ କହିଛନ୍ତି ।
ଅଭିନେତା ରଜନୀକାନ୍ତ କହିଛନ୍ତି ଯେ, କେନ୍ଦ୍ର ସରକାର ଆଶ୍ୱାସନ ଦେଇଛନ୍ତି ଯେ, ଭାରତୀୟ ଲୋକଙ୍କୁ ସିଏଏରୁ କୌଣସି ଅସୁବିଧା ହେବ ନାହିଁ । କିଛି ରାଜନୈତିକ ଦଳ ନିଜର ସ୍ୱର୍ଥ ପାଇଁ ସିଏଏ ବିରୋଧରେ ଲୋକଙ୍କୁ ଉସ୍କାଉଥିବା ସେ ଅଭିଯାଗ କରିଛନ୍ତି । ସେ ଏହି ଆଇନ୍ ବିରୋଧରେ ହେଉଥିବା ପ୍ରଦର୍ଶନ ଲାଗି ଧାର୍ମିକ ନେତାମାନଙ୍କୁ ଦାୟୀ କରିଛନ୍ତି ।
ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିବା ନେଇ ଚର୍ଚ୍ଚା ହେଉଛି । ତେବେ ଏଯାଏଁ କିନ୍ତୁ ସେ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି । ୨୦୧୯ ସାଧାରଣ ନିର୍ବାଚନ ବେଳେ ରଜନୀକାନ୍ତ ନିଜର ରାଜନୀତିକ ଦଳ ଘୋଷଣା କରି ନିର୍ବାଚନ ଲଢ଼ିବେ ବୋଲି ଆକଳନ କରାଯାଉଥିଲା । କିନ୍ତୁ ତାମିଲନାଡୁ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ସେ ସାଧାରଣ ନିର୍ବାଚନରେ ସାମିଲ ହୋଇନଥିଲେ ।
BREAKING NEWS
- PET ପରୀକ୍ଷାରେ ଅଜବ କପି; ସାନିଟାରୀ ପ୍ୟାଡରେ ଡିଭାଇସ୍ ଲୁଚାଇଥିଲେ ପୁରୁଷ ପରୀକ୍ଷାର୍ଥୀ
- କାର୍ ଦୁର୍ଘଟଣାରେ ରାପର୍ ହନି ସିଂହଙ୍କ ଭଣଜା ମୃତ
- ପଞ୍ଜାବ ଜଳନ୍ଧରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗାଡ଼ି ଧକ୍କାରେ ହନି ସିଂଙ୍କ ପୁତୁରାଙ୍କ ସମେତ ୨ ମୃତ
- ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ମୁରାସୁ; ଆଲର୍ଟରେ ଓଡ଼ିଶା, ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ.
- ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ଅନଲାଇନରୁ ଚୋରି ଶିକ୍ଷା, ବୁର୍ଖା ପିନ୍ଧି ବନ୍ଦ ଘରକୁ ଟାର୍ଗେଟ୍
- Census 2027: ଜନଗଣନାରେ ଭୁଲ୍ ତଥ୍ୟ ଦେଉଛନ୍ତି କି? ସାବଧାନ୍! ଯାଇପାରନ୍ତି ଜେଲ୍!
- ଆଇପିଏସ୍ ସ୍ତରରେ ଅଦଳବଦଳ; ଓଡ଼ିଶା ଜେଲ୍ ଡିଜି ସୁଶାନ୍ତ ନାଥ ହେଲେ ଗୃହ ବିଭାଗ OSD
- ଟେରାକୋଟା ଓ କୁମ୍ଭାର ଶିଳ୍ପର ସମୃଦ୍ଧି ପାଇଁ ରାଜଧାନୀରେ ‘ମୃତ୍ତିକା- ୨୦୨୬’ ଆରମ୍ଭ
- INDIA BLOCK RALLY: ଗଣତନ୍ତ୍ରର ସୁରକ୍ଷା ପାଇଁ ରାମଲିଲା ମୈଦାନରେ ‘ଚଲ୍ଲୋ ଦିଲ୍ଲୀ’ ମହାରାଲି
- ଖୋଲିଲା ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ, ଭ୍ରମଣ ପାଇଁ ଆଗୁଆ କରିବାକୁ ହେବ ଅନଲାଇନ୍ ବୁକିଂ
Comments are closed.