Latest Odisha News

ଆଜିଠାରୁ ଆରମ୍ଭ ପ୍ରସିଦ୍ଧ ବ୍ୟାସ ସରୋବର ମହୋତ୍ସବ

ଯାଜପୁର: ଆଜି ପବିତ୍ର ଭୌମ ଏକାଦଶୀରୁ ଯାଜପୁରର ପ୍ରସିଦ୍ଧ ବ୍ୟାସ ସରୋବର ପିଠିରେ ଆରମ୍ଭ ହୋଇଛି ବ୍ୟାସ ସରୋବର ମହୋତ୍ସବ ।

କାହିଁ କେତେ ପୂରାଣ କାଳରୁ ଯାଜପୁର ର ପ୍ରସିଦ୍ଧ ବ୍ୟାସ ପୀଠରେ ଚାଲିଆସିଛି ବ୍ୟାସ ସରୋବର ମେଳା । ମନ୍ଦିରରେ ଚାଲିଛି ମହର୍ଷି ବ୍ୟାସଦେବ ଓ ଭକ୍ତ ରାଘବ ଜୀଉଙ୍କ ପୂଜାର୍ଚ୍ଚନା । ଗୋଟିଏ ମନ୍ଦିରରେ ଗୁରୁ ଏବଂ ଉପାସକଙ୍କୁ ଏକତ୍ର ପୂଜା କରିବାର ଏ ହେଉଛି ଏକ ନିଆରା ପରମ୍ପରା । ଆଜି ଭୌମ ବା ବଡ ଏକାଦଶୀରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଆସି ଠାକୁର ଦର୍ଶନ କରିବା ସହ ଗୁପ୍ତଗଙ୍ଗାର ଜଳ ସିଂଚନ କରି ପୂଣ୍ୟ ଅର୍ଜ୍ଜନ କରୁଛନ୍ତି । ସେପଟେ ବ୍ୟାସଭୂମି ମହିମା ଆଶ୍ରମରେ ମହିମା ଧର୍ମର ସନ୍ଥ ମାନଙ୍କ ଦ୍ୱାରା ଚାଲିଛି ଅଖଣ୍ଡ ଧୂନି ।

ଯାଜପୁର ଜିଲ୍ଲା ବ୍ୟାସନଗର ସହର ଉପକଣ୍ଠରେ ରହିଛି ପୂରାଣ ପ୍ରସିଦ୍ଧ ବ୍ୟାସ ସରୋବର ପୀଠ । ଶୁଦ୍ରମୁନୀ ସାରଳା ଦାସଙ୍କ ରଚିତ ଓଡ଼ିଆ ମହାଭାରତର ସାରଦା ଉପାଖ୍ୟାନରେ ଏହୀ ପୀଠର ମାହାତ୍ମ୍ୟ ସମ୍ପର୍କରେ ରହିଛି ବର୍ଣ୍ଣନା । ପାଣ୍ଡବଙ୍କ ପରାକ୍ରମ ନିକଟରେ ପରାଜୟ ବରଣ କରିବା ପରେ ଦୁର୍ଯ୍ୟଧନ ଏଠାରେ ଥିବା ଗୁପ୍ତ ଗଙ୍ଗାରେ ଲକ୍ଷ୍ମୀଙ୍କ କୋଳରେ ଲୁଚି ରହିଥିଲେ । ଭୀମଙ୍କ ରଡି ସହି ନପାରି ସେ ଯୁଦ୍ଧ କ୍ଷେତ୍ରକୁ ବାହାରି ଆସିଥିଲେ ଏବଂ ଏହିଠାରେ ନିଧନ ହୋଇଥିଲେ ବୋଲି ବିଶ୍ୱାସ ରହିଛି ।

ବିଶ୍ୱାସ କରାଯାଏ ବ୍ୟାସଦେବ ଏହିଠାରେ ମହାଭାରତର ଶେଷପର୍ବ ରଚନା କରିଥିଲେ । ଏବଂ ଏହି ପୀଠ ହେଉଛି ବ୍ୟାସ ଦେବଙ୍କ ପରମ ଭକ୍ତ ଓ ଉପାସକ ରାଘବଜୀଉ ଙ୍କ ସାଧନା ସ୍ଥଳୀ । ସେ ଏଠାରେ ସମାଧୀ ମଧ୍ୟ ନେଇଥିଲେ । ସେହି ପୌରାଣିକ କିମ୍ବଦନ୍ତୀକୁ ଉଜ୍ଜୀବିତ ରଖିବା ପାଇଁ କାହିଁ କେଉଁ କାଳରୁ ମହର୍ଷି ବ୍ୟାସଦେବ ଓ ଭକ୍ତ ରାଘବଜୀଉଙ୍କର ଏଠାରେ ଏକତ୍ର ଭାବେ ପୂଜା କରାଯିବାର ନିଆରା ପରମ୍ପରା ରହିଆସିଛି । ରାଘବ ଜୀଉଙ୍କ ମନ୍ଦିର ପରିସରରେ ଭଜନ କିର୍ତନ ସହିତ ଚାଲିଛି ନାମଯଜ୍ଞ । ଠାକୁରଙ୍କ ସାନିଧ୍ୟ ଲାଭ କରିବାକୁ ଦୂରଦୂରାନ୍ତରୁ ଆବାଳ ବୃଦ୍ଧ ବନୀତା ସବୁ ଏଠି ଏକାକାର ହୋଇ ଉଠିଛନ୍ତି ।

ଆଜି ହେଉଛି ଭୌମ ଏକାଦଶୀ ବା ବଡ ଏକାଦଶୀ । ଆଜି ଦିନରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଆସି ଠାକୁର ଦର୍ଶନ କରିବା ସହ ଗୁପ୍ତଗଙ୍ଗାର ଜଳ ସିଂଚନ କରି ପୂଣ୍ୟ ଅର୍ଜ୍ଜନ କରୁଛନ୍ତି । ବିଶ୍ୱାସ ରହିଛି ଏହି ଗୁପ୍ତଗଙ୍ଗାରେ ବୁଡ ପକାଇ ଏଠାରେ ଯାହା ମନୋସ୍କାମନା କରାଯାଏ ତାହା ଅବିଳମ୍ବେ ପୂରଣ ହୁଏ । ସେଥିଲାଗି ଦିଅଁ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ସେପଟେ ବ୍ୟାସଭୂମି ମହିମା ଆଶ୍ରମରେ ମହିମା ଧର୍ମର ସନ୍ଥ ମାନଙ୍କ ଦ୍ୱାରା ଚାଲିଛି ଅଖଣ୍ଡ ଧୂନି । ମେଳାକୁ ସରସ ସୁନ୍ଦର କରିବା ପାଇଁ ପୌର ପରିଷଦ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ବିଗତ ୧୪ ବର୍ଷ ଧରି ବ୍ୟାସନଗର ପୌର ପରିଷଦ ଦ୍ୱାରା ଏହି ବ୍ୟାସ ସରୋବର ମେଳା ବ୍ୟାସ ମହୋତ୍ସବ ରୂପେ ପାଳିନ ହୋଇଆସୁଛି ।

ଆଜିଠାରୁ ଆରମ୍ଭ ହୋଇଥିବା ଏହି ବ୍ୟାସ ସରୋବର ମେଳା ଓ ମହୋତ୍ସବ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ପୋଲିସ ପ୍ରଶାସନ ପକ୍ଷରୁ ଭିଡ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।

Comments are closed.