ଭୁବନେଶ୍ୱର: ଭତ୍ତା ସମସ୍ୟାର ହେଲା ସମାଧାନ। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ହିତାଧିକାରୀଙ୍କ ପାଖକୁ ଭତ୍ତା ରାଶି ପହଞ୍ଚିଲାଣି। ଅବଶିଷ୍ଟ ହିତାଧିକାରୀଙ୍କୁ ଖୁବଶୀଘ୍ର ମିଳିଯିବ। ଦେଶର ସବୁ ରାଜ୍ୟର ପୋର୍ଟାଲ ସମସ୍ୟା ରହିଛି। ଏବେ ସ୍ଥିତିର ସୁଧାର ଆସିଛି। ଭତ୍ତା ମିଳିବା ଆରମ୍ଭ ହୋଇଛି। ଧୀରେ ଧୀରେ ସମସ୍ତଙ୍କୁ ଭତ୍ତା ରାଶି ମିଳିଯିବ।
ସୂଚନା ଥାଉକି, ରାଜ୍ୟରେ ବିଭିନ୍ନ ସ୍ଥାନରେ ଭତ୍ତା ସମସ୍ୟା ନେଇ ଉତ୍ତେଜନା ଲାଗି ରହିଥିଲା। ପୋର୍ଟାଲ ସମସ୍ୟା ପାଇଁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସୁନଥିଲା। ଗରିବ ବୃଦ୍ଧାବୃଦ୍ଧି ବାରମ୍ବାର ବ୍ଳକ୍ ପୌର କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେଉଥିଲେ। ଏହି କ୍ରମରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଗତ ତିନି ମାସ ହେଲା ଗରିବ ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିନଥିଲା। ଯେଉଁଥିପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ମାଲକାନଗିରି ପୌର ପରିଷଦ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା। ସେହିପରି ଆସିକା ବ୍ଲକ ନିମିନା ପଞ୍ଚାୟତରେ ମଧ୍ୟ ଭତ୍ତା ସମ୍ୟା ନେଇ ଉତ୍ତ୍ୟକ୍ତ ଲୋକେ ସରପଞ୍ଚ ଓ ପିଇଓଙ୍କୁ ତାଲା ପକାଇ ଦେଇଥିବା ସୂଚନା ମିଳିଛି।
