ବଲାଙ୍ଗିର: ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ ହୋଇଛି । ଏନେଇ ଡାକ୍ତରଖାନାରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ତନାଘନା କରିଛି ।
ସୂଚନାଥାଉକି, ମଙ୍ଗଳବାର ସନ୍ଧ୍ୟା ୭ଟାରେ ପାଟଣାଗଡ଼ ଥାନା ଚି଼ଙ୍ଗେରବନ୍ଧ ଗାଁର ଶରତ ମେହେରଙ୍କ ସ୍ତ୍ରୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ପ୍ରସବ କରାଇବା ପାଇଁ ଡାକ୍ତର ନଥିବା ବେଳେ ଡ୍ୟୁଟିରେ ଥିବା ନର୍ସ ଦେଖିଥିଲେ । ଡାକ୍ତର ଅନୁପସ୍ଥିତ ଥିବାରୁ ପରିବାର ତରଫରୁ ବାରମ୍ବାର ବଲାଙ୍ଗିର ସ୍ଥାନାନ୍ତର ପାଇଁ କୁହାଯାଉଥିଲା । କିନ୍ତୁ ନର୍ସ କହିଥିଲେ ଯେ ଏଠାରେ ପ୍ରସବ ହୋଇଯିବ । ସନ୍ଧ୍ୟାବେଳୁ ପ୍ରସୂତୀ ଜଣଙ୍କ ଭର୍ତ୍ତି ହୋଇଥିଲା ବେଳେ ରାତିସାରା ପ୍ରସବ ଯନ୍ତ୍ରଣା ପାଇଥିଲେ । ବୁଧବାର ସକାଳ ୬ଟା ବେଳେ ମହିଳା ଜଣଙ୍କ ଗୋଟିଏ ମୃତସନ୍ତାନ ଜନ୍ମ ଦେଇଥିଲେ ବୋଲି ପରିବାର ତରଫରୁ କୁହାଯାଉଛି ।
ଡାକ୍ତରଖାନାର ଅବହେଳା ଯୋଗୁଁ ମୃତ ଶିଶୁ ଜନ୍ମ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
