Latest Odisha News

BREAKING NEWS

ବନ୍ଧାହେଲେ ୭ ଆନ୍ତଃଜିଲ୍ଲା ବାଇକଚୋର;୯ ବାଇକ ଉଦ୍ଧାର

କଳାହାଣ୍ଡି:ବାଇକଚୋରି କରୁଥିବା ଏକ ଗ୍ୟାଙ୍ଗର ୭ ଜଣ ଚୋରକୁ ଗିରଫ କଲା ମ.ରାମପୁର ପୋଲିସ । କଳାହାଣ୍ଡି ଏସପି ନାଗରାଜ ଦେବକରାକୋଣ୍ଡାଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଏହି ଟିମ୍ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୭ ଜଣଙ୍କୁ ଗିରଫ କରିଛନ୍ତି ।

ସେମାନଙ୍କ ଠାରୁ ୯ଟି ବାଇକ ଉଦ୍ଧାର କରାଯାଇଛି । ଏନେଇ ମ.ରାମପୁର ଥାନାରେ କେଶ ନଂ-୧୫୬ ରେ ଏକ ମାମଲା ରୁଜୁ ହୋଇଛି ।

ଅଭିଯୁକ୍ତ ହେଲେ କଳାହାଣ୍ଡି ଜିଲ୍ଲାର ମ.ରାମପୁର ଥାନା ଅନ୍ତର୍ଗତ ଅଳାଁପାଲି ଗ୍ରାମର ଆଶିଷ ମାଝୀ, ବାଞ୍ଜିପଦର ଗ୍ରାମର ସୁଦାମ ସୁନା,ସରଜ ସାହୁ, କୁର୍ଶୁଲା ଗ୍ରାମର ଗୁରୁବାରୁ ସାହୁ, ବଲାଙ୍ଗୀର ଜିଲ୍ଲା ସଇନ୍ତଲା ଥାନା ବଡମାଳ ଗ୍ରାମର ଯୁଧିଷ୍ଠିର ବାଗ (ଚିଣ୍ଟୁ), ଅଳାଁପାଲି ଗ୍ରାମର ରଘୁନାଥ ସାହ (ବବଲୁ), କିଶାନ ମାଝୀ ।

Leave A Reply

Your email address will not be published.