ପୁରୀ:ମହାପ୍ରଭୁଙ୍କ ରଥ ନିର୍ମାଣ ବନ୍ଦ କଲେ ରଥ ବିଶ୍ୱକର୍ମା ମହାରଣା । ଚିରଟ କାଠ, ଖେ଼ଇକୁ ନେଇ ବିବାଦ ଦେଖାଦେଇଛି। ଫଳରେ ରଥ ଖଳାରେ କାମ ବନ୍ଦ ରହିଛି। ପୂର୍ବରୁ ୪ ଫୁଟ୍ ତଳକୁ ଗୋଲେଇ କାଠ ଖେଇ ଭାବେ ନେଉଥିଲେ ମହାରଣା । ତେବେ ଏହା ନନେବାକୁ ବାରଣ କରି ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍ ଜାରି କରିବା ପରେ ଦେଖାଦେଇଛି ବିବାଦ । ସମାଧାନ ନହେବା ଯାଏଁ କାମ ଆରମ୍ଭ ନକରିବାକୁ ଚେତାବନୀ ଦେଇଛନ୍ତି।
ପ୍ରତ୍ୟେକ ଦିନ ସକାଳ ୮ ଟା ରୁ ୯ଟା ମଧ୍ୟରେ ଉପସ୍ଥାନ ଦେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତି ମହାରଣା ଓ ଅନ୍ୟ ସେବକ। ଆଜି ୫୮ ଦିନରେ କାର୍ଯ୍ୟ ଏଯାବତ୍ ଆରମ୍ଭ ହୋଇନାହିଁ।
ବିଶ୍ବକର୍ମା ମହାରଣାଙ୍କ କହିବା ମୁତାବକ, ସ୍ଵତ୍ଵଲିପି ଅନୁଯାୟୀ ସେମାନେ ୪ ଫୁଟରୁ କମ୍ ବଳକା କାଠ ସେମାନେ ଖେ଼ଇ ବା ପ୍ରାପ୍ୟ ହିସାବରେ ନେଇଥାନ୍ତି । କିନ୍ତୁ ଚିରଟ କାଠରେ, ଯେ କୌଣସି ମାପ ବଳକା କାଠକୁ ନେଇଥାନ୍ତି ମହାରଣା। ତେବେ ଏହା ନନେବାକୁ ବାରଣ କରି ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍ ଜାରି କରିବା ପରେ ବିବାଦ ଦେଖାଦେଇଛି । ଏହା ସମାଧାନ ନହେବା ଯାଏଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ନାହିଁ ବୋଲି କହିଛନ୍ତି ବିଶ୍ୱକର୍ମା ମହାରଣା ।
