ଭୁବନେଶ୍ବର:ରାଜଧାନୀରେ ପରକୀୟା ପ୍ରୀତିକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣ ଶ୍ରୀ ସାଇ ବିହାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ କଟୁରୀରେ ଆକ୍ରମଣ କରି ହତ୍ୟା କରାଯାଇଛି । ମୃତ ଯୁବକ ଜଣଙ୍କ ହେଲେ ସୁଶୀଲ ସିଂ।
ହତ୍ୟାକାରୀ ନୀଳକଣ୍ଠ ମହାନ୍ତିଙ୍କୁ କାବୁ କରିଛି ପୋଲିସ୍ । ହତ୍ୟାରେ ବ୍ୟବହୃତ କଟୁରୀକୁ ମଧ୍ୟ ଜବତ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାର ପ୍ରକୃତ କାରଣ ଏବଂ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି।
ଘଟଣାସ୍ଥଳରେ ଜୋନ୫ ଏସିପି ସହ ମଞ୍ଚେଶ୍ୱର ଥାନା ଅଧିକାରୀ ପହଞ୍ଚି ସିସିଟିଭି ଯାଞ୍ଚ କରିଛନ୍ତି।
ସୂଚନା ଅନୁସାରେ, ଆପାର୍ଟମେଣ୍ଟର ପୂର୍ବତନ ସଭାପତି ସୁଶୀଲ ସିଂଙ୍କ ସହ ନିଳକଣ୍ଠ ସ୍ତ୍ରୀଙ୍କ ସମ୍ପର୍କ ରହିଛି ବୋଲି ସନ୍ଦେହ କରୁଥିଲେ । ଯେହେତୁ ଦୁଇ ମାସ ତଳୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ସ୍ବାମୀ ସ୍ତ୍ରୀ ଅଲଗା ରହୁଥିଲେ । ଅଲଗା ରହିବ ସତ୍ତ୍ୱେ ନିଜ ସ୍ତ୍ରୀକୁ ହରାଇବାର ଭୟରେ ସୁଶୀଲଙ୍କୁ ହତ୍ୟା କରିଛି ନୀଳକଣ୍ଠ । ଉଭୟଙ୍କ ମଧ୍ଯରେ ଗଣ୍ଡଗୋଳ ନେଇ ପୂର୍ବରୁ ମହିଳା ଥାନାରେ ଅଭିଯୋଗ ହୋଇଥିଲା ।
