ମୟୂରଭଞ୍ଜ:ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା। ଯୁବକ ଜଣକ ହେଲେ କାମତା ଗାଁର ଦୀପକ କୁମାର ବାରିକ । ବେକରେ ଗାମୁଛା ଲଗାଇ କୁଳିଅଣା ଥାନା ନିକଟରେ ଏକ ପରିତ୍ୟକ୍ତ ଘରୁ ତାଙ୍କୁ ଉଦ୍ଧାର କରାଯାଇଛି।
ଉଦ୍ଧାର କରି ପ୍ରଥମେ କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ପରେ ବାରିପଦା PRM ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଅଭିଯୋଗ ଅନୁସାରେ, ଦୀପକ ଲିଜରେ ଏକ ବଲୋରୋ ଗାଡ଼ି ଆଣି ସେହି ଗାଡ଼ି ଚଲାଇ ପରିବାର ଚଳାଉଥିଲେ। କିନ୍ତୁ କିଛି ଦିନ ତଳେ ତାଙ୍କ ଗାଡ଼ିଟି ଚୋରି ହୋଇଯାଇଥିଲା। ଏ ନେଇ ସେ କୁଳିଅଣା ଥାନାରେ ଏତଲା ଦେଇଥିଲେ। ଗାଡିଟିକୁ ଖୋଜି ପାଇବାରେ ପୋଲିସ ସମର୍ଥ ହୋଇନଥିଲେ ।ଶେଷରେ ସେ ପିଲା ପରିବାର ସହ ଥାନା ଆଗରେ ଧାରଣାରେ ବସିଥିଲେ ।
ତେବେ ସେ ଗତକାଲି ସନ୍ଧ୍ୟାରେ ଥାନା ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ବେକରେ ଗାମୁଛା ଲଗାଇ ଜୀବନ ହାରି ଦେଇଥିବା ଅଭିଯୋଗ ହୋଇଛି।
