ନୂଆଦିଲ୍ଲୀ: ଦେଶରେ ସଡ଼କ ଦୁର୍ଘଟଣାକୁ ନେଇ ଆସିଲା ଆଶ୍ଚର୍ଯ୍ୟ କଲା ପରି ରିପୋର୍ଟ । କେନ୍ଦ୍ର ସରକାରଙ୍କ ତରଫରୁ ଜାରି ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୧୯ରୁ ୨୦୨୪ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୧.୮ ଲକ୍ଷ ପଦଚାରୀଙ୍କ ମୃତ୍ୟୁ ଘଟିଛି । ମୋଟ୍ ପଦଚାରୀଙ୍କ ମୃତ୍ୟୁ ସଂଖ୍ୟାର ୩୧% ଜାତୀୟ ରାଜପଥରେ ଘଟିଥିବା ଦୁର୍ଘଟଣାରେ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।
ଦୁଇଚକିଆ ଓ ଚାରିଚକିଆ ଯାନ ମାଡ଼ି ଯିବାରୁ ମୋଟ୍ ମୃତ୍ୟୁସଂଖ୍ୟାର ୫୪% ବ୍ୟକ୍ତିଙ୍କ ଜୀବନ ଯାଇଥିଲା । ଦେଶର ବିଭିନ୍ନ ଜାତୀୟ ରାଜପଥ ଓ ଅନ୍ୟାନ୍ୟ ରାସ୍ତାରେ ପଦଚାରୀଙ୍କ ନିମନ୍ତେ ଫୁଟ୍ପାଥ ଓ ରାସ୍ତା ଅତିକ୍ରମ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ଦୁର୍ଘଟଣାରେ ଅଧିକ ସଂଖ୍ୟକ ପଥଚାରୀଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି ।
କେନ୍ଦ୍ର ସଡ଼କ ମନ୍ତ୍ରଣାଳୟ ତରଫରୁ ଜାରି ରିପୋର୍ଟ ଅନୁଯାୟୀ, ୨୦୧୯ରୁ ୨୦୨୪ ମଧ୍ୟରେ ସର୍ବାଧିକ ତାମିଲନାଡ଼ୁରେ ଦୁର୍ଘଟଣାରେ ୪୭୧୨ଜଣ ପଦଚାରୀଙ୍କ ପ୍ରାଣହାନି ଘଟିଛି । ତାପରକୁ ରହିଛି ବିହାର । ଏଠାରେ ୪୧୪୯ ଜଣ ପଦାଚାରୀଙ୍କ ପ୍ରାଣହାନି ଘଟିଛି । ସେହିପରି ତୃତୀୟରେ ରହିଛି ମହାରାଷ୍ଟ୍ର । ଏଠାରେ ୩୩୪୪ ଜଣ ଓ ପଶ୍ଚିମବଙ୍ଗରେ ୩୨୪୧ ଜଣଙ୍କର ପ୍ରାଣହାନୀ ଘଟିଛି ।
