Latest Odisha News

BREAKING NEWS

ଶୋଇବା ଘରେ ବିଷଧର ସାପ, ଉଦ୍ଧାର ହେଲା ୨୩ ନାଗ ଛୁଆ

ଯାଜପୁର: କିଛି ଦିନ ପୂର୍ବେ ଭଦ୍ରକ ଜିଲ୍ଲା ହରିପୁର ପଞ୍ଚାୟତ ଭଟପୁର ଗାଁରେ ଜଣେ ବ୍ୟକ୍ତିଙ୍କ ଘରୁ ୨୭ଟି ସାପ ଛୁଆ ସହ ଘରୁ ନାଗ, ନାଗୁଣୀ ଉଦ୍ଧାର ହୋଇଥିଲା। ଏବେ ସମାନ ଘଟଣା ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ବେଡ୍ ରୁମ୍ ଭିତରେ ୨୩ ନାଗ ଛୁଆ ଉଦ୍ଧାର ହୋଇଛି। ଯାଜପୁର ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତ ଚନ୍ଦୁକୁଡା ଗାଁ ଗୌରାଙ୍ଗ ଜେନାଙ୍କ ବେଡ୍ ରୁମ୍ ରୁ ୨୩ଟି ନାଗଛୁଆ ଉଦ୍ଧାର ହୋଇଛି ।

ସୋମବାର ରାତିରେ ଗୌରାଙ୍ଗ ଜେନା ତାଙ୍କ ଶୋଇବା ଘରେ ଏକ ଛୋଟ ସାପ ବୁଲୁଥିବା ଦେଖି ତାକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଛୋଟ ସାପ ହୋଇଥିଲେ ମଧ୍ୟ ଏହା ଫଣା ଟେକି ଚୋଟ ମାରିବାକୁ ଉଦ୍ୟମ କରିଥିଲା ।

ପରେ ସ୍ନେକ ହେଲପ୍ ଲାଇନକୁ ଖବର ଦେଇଥିଲେ ପରିବାର ଲୋକ । ତାଙ୍କ ସହଯୋଗୀ ଜାହାଙ୍ଗୀର ଖାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ମାଟିଘରର ସମ୍ପୂର୍ଣ୍ଣ ଚଟାଣ ଖୋଳି ଖୋଜାଖୋଜି କରିବା ପରେ ୨୩ଟି ନାଗଛୁଆ ଉଦ୍ଧାର କରାଯାଇଥିଲା । ଏଥିସହ କିଛି ସାପ ଅଣ୍ଡାର ଖୋଳପା ମଧ୍ୟ ଉଦ୍ଧାର ହୋଇଥିଲା । ଉଦ୍ଧାର ହୋଇଥିବା ସମସ୍ତ ନାଗଛୁଆଙ୍କୁ ସୁରକ୍ଷିତ ଭାବେ ପ୍ରାକୃତିକ ଆବାସସ୍ଥଳରେ ଛାଡ଼ି ଦିଆଯାଇଛି ।

Leave A Reply

Your email address will not be published.