Latest Odisha News

BREAKING NEWS

ଚଳିତ ଖରିଫ ଋତୁରେ ରାଜ୍ୟରେ ସାର ଯୋଗାଣକୁ ନେଇ କୌଣସି ଅସୁବିଧା ହେବନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ସାର ଯୋଗାଣକୁ ନେଇ ବଡ଼ ଅପଡେଟ୍ ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ରହିଛି । ତେଣୁ ଚଳିତ ଖରିଫ ଋତୁରେ ରାଜ୍ୟରେ ସାର ଯୋଗାଣକୁ ନେଇ କୌଣସି ଅସୁବିଧା ହେବନାହିଁ । ଚାଷୀମାନଙ୍କ ଆବଶ୍ୟକତା ପୂରଣ ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି ।

ତବର୍ଷ ସାରର କଳାବଜାର ହୋଇ ନ ଥିଲା । ବରଂ ସରକାରଙ୍କ ପକ୍ଷରୁ ଇନପୁଟ୍ ସହାୟତା ପ୍ରଦାନ ପରେ ଚାଷୀମାନେ ଅଧିକ ପରିମାଣରେ ଚାଷ କରିଥିଲେ । ଏପରିକି ଅନେକ ଚାଷୀ ଗୋଚର ଜମିରେ ମଧ୍ୟ ଚାଷ କରିଥିବାରୁ ସାରର ଚାହିଦା ଅପେକ୍ଷାକୃତ ବଢ଼ିଯାଇଥିଲା । ଏହି କାରଣରୁ କେତେକ ସ୍ଥାନରେ ସାର ଅଭାବ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଚଳିତ ବର୍ଷ ସେପରି ପରିସ୍ଥିତି ଉପୁଜିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ୟୁରିଆ, ଡିଏପି ଓ ଅନ୍ୟାନ୍ୟ ସାରର ପର୍ଯ୍ୟାପ୍ତ ମହଜୁଦ ରହିଛି । ଏହା ସହ ଜିଲ୍ଲାସ୍ତରରେ ଯୋଗାଣ ବ୍ୟବସ୍ଥା ଉପରେ ସରକାର ନିୟମିତ ନଜର ରଖୁଛନ୍ତି । ଚାଷୀମାନେ ଆତଙ୍କିତ ନହୋଇ ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.