Latest Odisha News

BREAKING NEWS

ଯୁବକଙ୍କ ନାଁରେ ଆସିଲା ୧୦୦ ଟ୍ରାଫିକ୍ ଚାଲାଣ, ଲମ୍ବା ରସିଦ ଦେଖି ତାଜୁବ ଟ୍ରାଫିକ ପୋଲିସ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜଣେ ଯୁବକଙ୍କ ନାଁରେ ଆସିଛି ୧୦୦ ଟ୍ରାଫିକ୍ ଚାଲାଣ । ଯାହା ପୋଲିସ ସହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଚାଲାଣ ଅର୍ଥ ଜମା କରିବା ସମୟରେ ବ୍ୟକ୍ତି ଟ୍ରାଫିକ୍ ନିୟମ ପାଳନ କରିବାକୁ କଥା ଦେଇଥିବା ପୋଲିସ ସ୍ପଷ୍ଟ କରିଛି । ଏହି ଦୁଇ ଚକିଆ ଯାନ ଚାଳକଙ୍କ ମାମଲା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି ।

ତେବେ ଏ ସମସ୍ତ ଚାଲାଣର ମୋଟ୍ ରାଶି ୫୫ ହଜାର ଟଙ୍କା ହେଉଥିବାବେଳେ, କର୍ଣ୍ଣାଟକ ସରକାରଙ୍କ ସ୍ୱତନ୍ତ୍ର ରିଆତି ଯୋଜନାର ଲାଭ ମିଳିବା ପରେ ବ୍ୟକ୍ତି କେବଳ ୨୭,୫୦୦ ଟଙ୍କା ଜମା କରିଛନ୍ତି । ଏହା ପରେ ବେଙ୍ଗାଲୁରୁ ଟ୍ରାଫିକ୍ ପୋଲିସ ଏହି ଚାଳକଙ୍କ ଫଟୋ ଓ ଲମ୍ବା ଚାଲାଣ ରସିଦକୁ ନିଜର ଔପଚାରିକ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛି ।

ତେବେ ଏହି ସମସ୍ତ ଚାଲାଣ ହେଲମେଟ୍ ବିନା ଗାଡ଼ି ଚଲାଇବା ପାଇଁ କଟାଯାଇଥିଲା । ବ୍ୟକ୍ତିଙ୍କ ଫଟୋ ସାମ୍ନାକୁ ଆସିବା ପରେ ମାମଲା ଇଣ୍ଟରନେଟରେ ଭାଇରାଲ ହୋଇଛି । କର୍ଣ୍ଣାଟକ ସରକାର ଚଳିତ ୨୧ ଜୁନରୁ ୧୦ ଜୁଲାଇ ପର୍ଯ୍ୟନ୍ତ ଲମ୍ବିଥିବା ଟ୍ରାଫିକ୍ ଚାଲାଣ ଉପରେ ୫୦ ପ୍ରତିଶତ ରିହାତି ଯୋଜନା ଆରମ୍ଭ କରିଛନ୍ତି । ଯାହା ଦ୍ବାରା ରାଜ୍ୟରେ ହଜାର ହଜାର ଗାଡ଼ି ଚାଳକ ଏହି ଯୋଜନାର ଲାଭ ଉଠାଉଛନ୍ତି ।

Leave A Reply

Your email address will not be published.