Latest Odisha News

BREAKING NEWS

ଦୁଇ ଜିଲ୍ଲା ପରିଷଦ ସଭ୍ୟଙ୍କ ପଦ ରଦ୍ଦ

ବାଲେଶ୍ୱର: ପୁଣି ତେଜିଛି ଅନାସ୍ଥା ରାଜନୀତି। ଏହି କ୍ରମରେ ନୀଳଗିରିର ୨ ଜିଲ୍ଲାପରିଷଦ ସଭ୍ୟଙ୍କ ପଦ ରଦ୍ଦ ହୋଇଛି । ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ନିର୍ବାଚନ କମିସନ । ଏହି ଦୁଇ ଜିଲ୍ଲା ପରିଷଦ ସଭ୍ୟ ହେଲେ ନୀଳଗିରି ୧୩ ନମ୍ବର ଜୋନର ଗତିକୃଷ୍ଣ ନନ୍ଦ ଓ ୧୧ ନମ୍ବର ଜୋନର ସୁବର୍ଣ୍ଣା ମଞ୍ଜରୀ ସିଂ । ଏହି ଦୁଇ ସଭ୍ୟ ବିଜେଡିରୁ ବିଜେପିକୁ ଦଳ ବଦଳାଇବା ପରେ ରାଜ୍ୟ ନିର୍ବାଚନ କମିସନ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଦୁଇଜଣ ଜିଲ୍ଲାପରିଷଦ ସଭ୍ୟ ୨୦୨୫ ଜୁନ ୨୮ ତାରିଖରେ ବିଜେଡି ଛାଡି ମିଶିଥିଲେ। ଏହାପରେ ସଭ୍ୟପଦ ରଦ୍ଦ ପାଇଁ ପୁର୍ବତନ ବିଧାୟକ ସୁକାନ୍ତ ନାୟକ ରାଜ୍ୟ ନିର୍ବାଚଜନ କମିଶନଙ୍କ ପାଖରେ ଏକ ମାମଲା ଦାୟର କରିଥିଲେ। ବୁଧବାର ରାଜ୍ୟ ନିର୍ବାଚନ କମିଶନ ଏଭଳି ରାୟ ଶୁଣାଇଛନ୍ତି। ଦୁଇ ଜିଲ୍ଲାପରିଷଦ ପ୍ରାର୍ଥୀ ୨୦୨୫ ମସିହା ଜୁନ ୨୮ ତାରିଖରେ ମନ୍ତ୍ରୀ ସୂରଜ ସୂର୍ୟ୍ୟବଂଶୀଙ୍କ ଉପସ୍ଥିତିରେ ନୀଳଗିରି ଏନଏସି କଲ୍ୟାଣ ମଣ୍ଡଫରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ।

ବିଜେଡିର ନୀଳଗିରି ବିଧାୟକ ପ୍ରାର୍ଥୀ ତଥା ପୂର୍ବତ୍ତନ ବିଧାୟକ ସୁକାନ୍ତ ନାୟକ ଏ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅବଗତ କରିଥିଲେ। ପରେ ବିଜେଡି ପକ୍ଷରୁ ଇଲେକସନ କମିଶନଙ୍କ ଦ୍ବାରସ୍ଥ ହୋଇ ପଦ ରଦ୍ଦ ପାଇଁ ଆବେଦନ କରାଯାଇଥିଲା। ଆଜି ଇଲେକସନ କମିସନଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲାପରିଷଦ ନିୟମ ୩୩ ବି ଅନୁଯାୟୀ ଦୁଇ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପଦବୀ ରଦ୍ଦ କରାଯାଇଛି।

Leave A Reply

Your email address will not be published.