Latest Odisha News

BREAKING NEWS

ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ବନ୍ଧା ହେଲେ ଟ୍ୟୁସନ ସାର

ବାଲେଶ୍ବର: ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ । ଅଷ୍ଟମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଟ୍ୟୁସନ ସାର୍ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲେଶ୍ବର ଜିଲ୍ଲାର କମର୍ଦ୍ଦା ଥାନା ଅଞ୍ଚଳରେ । ଅଭିଯୁକ୍ତ ଜଣକ ମନରେଗା ସ୍କିମ ରେ ଗାଁ ସାଥି ଭାବେ କାମ କରୁଥିବା ସହ ଗାଁରେ ଟ୍ୟୁସନ କରୁଥିଲେ ବୋଲି ଜଣାପଡିଛି ।

ଟ୍ୟୁସନ ସାର୍ ଛାତ୍ରୀଙ୍କୁ ପାଠ ପଢ଼ାଉଥିଲେ । ଏହା ଦେଖି ସୁଯୋଗ ପାଇ ଘଟାଇଥିଲେ ଏହି ଜଘନ୍ୟ କାଣ୍ଡ । ଏନେଇ ଛାତ୍ରୀ ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ କମର୍ଦ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କମର୍ଦ୍ଦା ପୋଲିସ ଟ୍ୟୁସନ ସାରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.