Latest Odisha News

BREAKING NEWS

ବାଂଲାଦେଶରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତିକୁ ଅନାଦାର ଘଟଣା; ଏପରି କହିଲେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର..

ନୂଆଦିଲ୍ଲୀ: ବାଂଲାଦେଶର ଉତ୍ତରାଞ୍ଚଳର ଗାଈବାନ୍ଧା ଜିଲ୍ଲାରେ ପ୍ରଭୁ ଶ୍ରୀରାମଙ୍କ ପ୍ରିତିମା ନିର୍ମାଣ ଏବଂ ଏକ ଛବିକୁ ଅନାଦାର କରିବା ଘଟଣା । ଏବେ ଏହାର ପ୍ରଭାବ ଉଭୟ ଭାରତ-ବାଂଲାଦେଶ ସମ୍ପର୍କକୁ ପ୍ରଭାବିତ କରିଛି । ସେଠାରେ ପ୍ରସ୍ତାବିତ ୮୧ ଫୁଟ୍ ଉଚ୍ଚ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ନିର୍ମାଣକୁ ବିରୋଧ କରି କିଛି ଇସଲାମପନ୍ଥୀ ସଂଗଠନ ପ୍ରଦର୍ଶନ କରୁଥିଲେ । ଏହି ପ୍ରଦର୍ଶନ ସମୟରେ ଶ୍ରୀରାମଙ୍କ ଛବିକୁ ଅବମାନନା କରାଯାଇଥିବା ଅଭିଯୋଗ ଉଠିଥିଲା ।

ଏହା ପରେ ବାଂଲାଦେଶର ହିନ୍ଦୁ ସମାଜ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଏହି ଘଟଣାର ପ୍ରତିବାଦରେ ଢାକା ସମେତ ଦେଶର ବିଭିନ୍ନ ସ୍ଥାନରେ ମଶାଲ ଶୋଭାଯାତ୍ରା, ବିକ୍ଷୋଭ ଓ ସଭା ଆୟୋଜିତ ହୋଇଥିଲା ।

ହିନ୍ଦୁ ସଂଗଠନଗୁଡ଼ିକ ଦୋଷୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଏବଂ ଧାର୍ମିକ ଅଳ୍ପସଂଖ୍ୟକଙ୍କ ପାଇଁ ଅଧିକ ସୁରକ୍ଷା ଦାବି କରିଛନ୍ତି । ଅନେକ ସ୍ଥାନରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ।

ଏହି ଘଟଣା ପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ, ବାଂଲାଦେଶରେ ହିନ୍ଦୁ ଦେବଦେବୀ ଓ ସେମାନଙ୍କ ଛବି ପ୍ରତି ଅନାଦର ଖବର ଭାରତ ସରକାରଙ୍କ ଦୃଷ୍ଟିକୁ ଆସିଛି । ବାଂଲାଦେଶ ସରକାର ଚରମପନ୍ଥୀ ଗୋଷ୍ଠୀଗୁଡ଼ିକୁ ନିୟନ୍ତ୍ରଣ କରିବା ସହ ସଂଖ୍ୟାଲଘୁ ସମୁଦାୟର ସୁରକ୍ଷା ନିଶ୍ଚିତ କରିବେ ବୋଲି ଭାରତ ଆଶା କରୁଛି ।

Leave A Reply

Your email address will not be published.