Latest Odisha News

BREAKING NEWS

ପୁରୀ ରଥଯାତ୍ରା ପୂର୍ବରୁ ରେଳବାଇର ବଡ଼ ନିଷ୍ପତ୍ତି; ସ୍ୱତନ୍ତ୍ର ନିର୍ମାଣ କାର୍ଯ୍ୟ ପାଇଁ ଘୋଷିତ ହେଲା ବ୍ଲକ-ଆଉଟ୍!

ଭୁବନେଶ୍ୱର: ଯଦି ଆପଣ ଆଗାମୀ କିଛି ଦିନ ମଧ୍ୟରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଚାଲିଥିବା ଏକ ବଡ଼ ଧରଣର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ଯୋଗୁଁ ଓଡ଼ିଶା ଦେଇ ଯାତାୟାତ କରୁଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଟ୍ରେନକୁ ବାତିଲ ଏବଂ ଆଂଶିକ ବାତିଲ କରାଯାଇଛି। ସାଉଥ୍ ଇଷ୍ଟର୍ଣ୍ଣ ରେଳବାଇର ଖଡ଼ଗପୁର ଡିଭିଜନ ଅଧୀନରେ ଥିବା ବାଲେଶ୍ୱର ଏବଂ ନୀଳଗିରି ଷ୍ଟେସନ ମଧ୍ୟରେ ଏକ ନୂତନ ‘ରୋଡ୍ ଓଭରବ୍ରିଜ୍’ ନିର୍ମାଣ ପାଇଁ ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

 

ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୁନ୍ ୨୮ ତାରିଖରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଏହି ନିର୍ମାଣ କାର୍ଯ୍ୟ ଚାଲିବ। ଏହି ସମୟ ମଧ୍ୟରେ ରେଳ ଧାରଣା ଉପରେ ‘ଟ୍ରାଫିକ୍ କମ୍ ପାୱାର ବ୍ଲକ୍’ ନିଆଯିବ, ଯାହାଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହେବ। ପୁରୀ ରଥଯାତ୍ରା ଭଳି ମେଗା ଉତ୍ସବ ସମୟରେ ଯାତ୍ରୀଙ୍କ ସଂଖ୍ୟା ବହୁତ ଅଧିକ ରହୁଥିବାରୁ, ଏହି ବାତିଲ ନିଷ୍ପତ୍ତି ସାଧାରଣ ଯାତ୍ରୀଙ୍କ ଚିନ୍ତା ବଢ଼ାଇ ଦେଇଛି।

 

୦୮୦୩୧/୦୮୦୩୨ ବାଲେଶ୍ୱର-ଭଦ୍ରକ-ବାଲେଶ୍ୱର ମେମୁ (ଜୁନ୍ ୨୮ ରୁ ଜୁଲାଇ ୫ ପର୍ଯ୍ୟନ୍ତ ବାତିଲ)

 

୦୮୦୬୩/୦୮୦୬୪ ଖଡ଼ଗପୁର-ଭଦ୍ରକ-ଖଡ଼ଗପୁର ମେମୁ (ଜୁନ୍ ୨୮ ରୁ ଜୁଲାଇ ୫ ପର୍ଯ୍ୟନ୍ତ ବାତିଲ)

 

୧୮୦୪୩/୧୮୦४୪ ହାଓଡ଼ା-ଭଦ୍ରକ-ହାଓଡ଼ା ଏକ୍ସପ୍ରେସ୍ (ଜୁନ୍ ୨୮ ରୁ ଜୁଲାଇ ୫ ପର୍ଯ୍ୟନ୍ତ ବାତିଲ)

 

୦୮୪୧୬ ପୁରୀ-ଜଳେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ (ଜୁନ୍ ୨୭ ରୁ ଜୁଲାଇ ୪ ପର୍ଯ୍ୟନ୍ତ ବାତିଲ)

 

୦८୪୧୫ ଜଳେଶ୍ୱର-ପୁରୀ ସ୍ୱତନ୍ତ୍ର ଟ୍ରେନ୍ (ଜୁନ୍ ୨୮ ରୁ ଜୁଲାଇ ୫ ପର୍ଯ୍ୟନ୍ତ ବାତିଲ)

 

୧୨୮୯୩ ଚେନ୍ନାଇ ସେଣ୍ଟ୍ରାଲ-ସାଲିମାର ଏକ୍ସପ୍ରେସ୍ (ଜୁନ୍ ୨୪ ତାରିଖ ଦିନ ବାତିଲ)

 

୨୨୮୪୨ ତାମ୍ବରମ-ସାଲିମାର ଏକ୍ସପ୍ରେସ୍ (ଜୁନ୍ ୨୪ ତାରିଖ ଦିନ ବାତିଲ)

 

ପୂର୍ଣ୍ଣ ବାତିଲ ବ୍ୟତୀତ, ଖଡ଼ଗପୁର-ଯାଜପୁର କେନ୍ଦୁଝର ରୋଡ୍ ମେମୁ ସ୍ୱତନ୍ତ୍ର ଟ୍ରେନ (୦୮୦୬୧) ଜୁନ୍ ୨୮ ରୁ ଜୁଲାଇ ୫ ପର୍ଯ୍ୟନ୍ତ କେବଳ ଖଡ଼ଗପୁରରୁ ବାଲେଶ୍ୱର ପର୍ଯ୍ୟନ୍ତ ଚାଲିବ ଏବଂ ବାଲେଶ୍ୱରରୁ ଯାଜପୁର ମଧ୍ୟରେ ଏହାର ଚଳାଚଳ ଆଂଶିକ ବାତିଲ ରହିବ। ସେହିଭଳି ଏହି ନିର୍ମାଣ କାର୍ଯ୍ୟ ପାଇଁ କେତେକ ଦୂରଗାମୀ ସୁପରଫାଷ୍ଟ ଟ୍ରେନର ସମୟସୂଚୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

 

ରେଲଓ୍ୱେ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଯାତ୍ରୀମାନଙ୍କ ନିରାପତ୍ତା ଏବଂ ଭବିଷ୍ୟତରେ ସୁଗମ ରେଳ ଚଳାଚଳ ପାଇଁ ଏହି ଓଭରବ୍ରିଜ୍ କାର୍ଯ୍ୟ ଅତ୍ୟନ୍ତ ଜରୁରୀ। ଯାତ୍ରୀମାନଙ୍କୁ ସେମାନଙ୍କର ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜାତୀୟ ଟ୍ରେନ୍ ଅନୁସନ୍ଧାନ ପ୍ରଣାଳୀ ଆପ୍ କିମ୍ବା ସରକାରୀ ହେଲ୍ପଲାଇନ ନମ୍ବର ୧୩୯ ମାଧ୍ୟମରେ ନିଜ ଟ୍ରେନର ସଦ୍ୟତମ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.