Latest Odisha News

BREAKING NEWS

Tamilnadu Gas Leak Incident: ତାମିଲନାଡ଼ୁ ଗ୍ୟାସ୍‌ ଲିକ୍‌ ଅଘଟଣ; ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ, ୧୧ରେ ପହଞ୍ଚିଲା ମୃତ୍ୟ ସଂଖ୍ୟା

କେନ୍ଦୁଝର: ତାମିଲନାଡ଼ୁର ତିରୁଭଲ୍ଲୁରର ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍‌ ଘଟଣାରେ ଆଉ ଜଣେ ଓଡିଆ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣଙ୍କ କେନ୍ଦୁଝର ଜିଲା ତେଲକୋଇ ବ୍ଲକ ବିମଳା ପଞ୍ଚାୟତ ଟାଙ୍ଗିରି ଦୁବନଳି ସାହିର ପୀତାମ୍ବର ଜୁଆଙ୍ଗଙ୍କ ଝିଅ ରିତା ଜୁଆଙ୍ଗ ବୋଲି ଜଣାପଡ଼ିଛି । ଏହାକୁ ମିଶାଇ ୧୧ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା ।

ସୁମିତ୍ରା ଜୁଆଙ୍ଗ ଚେନ୍ନାଇ ସ୍ଥିତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଝିଅର ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଆଜି ପୁଣି ଦୁଇଟି ମୃତଦେହ ତାମିଲନାଡ଼ୁରୁ ଭୁବନେଶ୍ବର ଆସିବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ, ଏହି ଦୁର୍ଘଟଣାରେ ଯେଉଁ ଓଡ଼ିଆ ଶ୍ରମିକମାନେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ଏବଂ ଯେଉଁ ଶ୍ରମିକ ସୁସ୍ଥ ଅଛନ୍ତି, ସେମାନଙ୍କୁ ତୁରନ୍ତ ଓଡ଼ିଶାକୁ ଫେରାଇ ଆଣିବାକୁ ଶ୍ରମିକଙ୍କ ପରିବାର ପକ୍ଷରୁ ଦାବି ହୋଇଛି ।

Leave A Reply

Your email address will not be published.