ନୂଆଦିଲ୍ଲୀ: ଆଘାତ ସମସ୍ୟା ଟିମ ଇଣ୍ଡିଆ ଓ ନୀତିଶ କୁମାର ରେଡ୍ଡୀଙ୍କୁ ପିଛା ଛାଡୁନି । ଆନ୍ଧ୍ରପ୍ରଦେଶ ଅଲରାଉଣ୍ଡର ନୀତିଶ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଓହରି ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଜୁଲାଇ ୧୪ରୁ ୩ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ । ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରେ ନୀତିଶ ଭାରତୀୟ ଦଳର ସଦସ୍ୟ ଥିଲେ । ସେ ଆଘାତ ସମସ୍ୟାରେ ପଡିଥିଲେ । ବେଙ୍ଗାଲୁରରେ ଥିବା ବିସିସିଆଇର ସିଓଇରେ ସେ ଡାକ୍ତରଙ୍କ ତତ୍ୱାବଧାନରେ ଫିଟ ହେବାକୁ ଉଦ୍ୟମ ଜାରୀ ରଖିଛନ୍ତି । ତେବେ ସେ ସମ୍ପୂର୍ଣ୍ଣ ଫିଟ ହେବାକୁ ଆଉ କିଛି ଦିନ ଅଧିକ ସମୟ ଲାଗିବ ବୋଲି ବିସିସିଆଇ ମେଡିକାଲ ଟିମ କହିଛନ୍ତି । ଫଳରେ ଇଂଲଣ୍ଡ ବିପକ୍ଷ ସିରିଜରେ ତାଙ୍କ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଜିମ୍ବାୱେ ବିପକ୍ଷ ଟି୨୦ ସିରିଜରେ ସେ ଫିଟ ହୋଇ ଯାଇଥିବେ ବୋଲି ଆଶା କରାଯାଉଛି ।
ରିପୋର୍ଟ ମୁତାବକ କେଏଲ ରାହୁଲ, ଶୁଭମନ ଗିଲଙ୍କ ସମେତ କେତେଜଣ ଖେଳାଳି ଆଗୁଆ ଇଂଲଣ୍ଡ ଯିବେ । ଏହା ଦ୍ୱାରା ସେମାନଙ୍କୁ ଅଭ୍ୟାସ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ । ବର୍ମିଂହାମରେ ପ୍ରଥମ ଦିନିକିଆ ୧୪ରେ ଖେଳାଯିବ । ୧୬ ଓ ୧୯ରେ ଦ୍ୱିତୀୟ ଏବଂ ତୃତୀୟ ଦିନିକିଆ ଯଥାକ୍ରମ କାର୍ଡିଫ ଓ ଲର୍ଡ୍ସରେ ଖେଳାଯିବ ।
ଭାରତୀୟ ଟିମ: ଶୁଭମନ ଗିଲ(ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟାଶ ଆୟାର, କେଏଲ ରାହୁଲ, ଈଶାନ କିଶାନ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡୀ, କୂଲଦୀପ ଯାଦବ, ଯଶପ୍ରୀତ ବୁମରାହ, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ଅର୍ଶଦୀପ ସିଂ ଓ ଗୁରନୂର ବ୍ରାର ।
