ଭୁବନେଶ୍ୱର: ଏଣିକି ନିଶା ମାଫିଆଙ୍କୁ ସାବାଡ କରିବେ ଏଏନ୍ଟି ଫୋର୍ସ। ଖୋଲିବ ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଓଡ଼ିଶା ପୁଲିସ୍ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛି । ଏଥିପାଇଁ ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ(ଏଏନ୍ଟିଏଫ୍) ଗଠନ କରାଯିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରଯାଇଛି ବୋଲି ସୂଚନା ଦେଇଛନ୍ତି ଡିଜିପି ୱାଇ ବି ଖୁରାନିଆ। ଜଣେ ଏଡିଜିପି ପାହ୍ୟାର ଅଧିକାରୀ ଏହି ଏଏନ୍ଟିଏଫ୍ ଦାୟିତ୍ୱରେ ରହିବେ।
ବୁଧବାର ପୁଲିସ ଭବନରେ ଜାତୀୟସ୍ତରୀୟ ପ୍ରାକ-ବିଚାରାଧୀନ ଜବତ ମାଦକଦ୍ରବ୍ୟ ବିନଷ୍ଟୀକରଣ ସ୍ୱତନ୍ତ୍ର ଅଭିଯାନ ସମ୍ପର୍କିତ କାର୍ଯ୍ୟକ୍ରମ ଅବସରରେ ଡିଜି ଏହା କହିଛନ୍ତି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି)ର ନିର୍ଦ୍ଦେଶାନୁଯାୟୀ ଗତ ୨୬ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ଜାତୀୟସ୍ତରୀୟ ପ୍ରାକ ପରୀକ୍ଷଣ ନିଶା ନିବାରଣ ସ୍ୱତନ୍ତ୍ର ଅଭିଯାନ ସାରା ଦେଶରେ ଚାଲୁଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡିଜି ଶ୍ରୀ ଖୁରାନିଆ କହିଥିଲେ, “ନିଶାମୁକ୍ତ, ସୁରକ୍ଷିତ ଓ ସଶକ୍ତ ଓଡ଼ିଶା ଗଠନ ହେଉଛି ଓଡ଼ିଶା ପୁଲିସ୍ର ସର୍ବୋଚ୍ଚ ପ୍ରାଥମିକତା । ନିଶା କାରବାର ଓ ଚୋରାଚାଲାଣ ବିରୋଧରେ ଆଗାମୀ ଦିନରେ ଅଭିଯାନକୁ ବ୍ୟାପକ କରାଯିବ। ଏଏନ୍ଟି ଏଫ୍ ଅଧୀନରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ଟି ୟୁନିଟ୍ ଏବଂ ୧୯ଟି ସ୍ୱତନ୍ତ୍ର ଇଣ୍ଟେଲିଜେନ୍ସ ୟୁନିଟ୍ କାର୍ଯ୍ୟ କରିବ।
ପ୍ରତିବର୍ଷ ଅତିକମରେ ୧୦୦ ଜଣ ପ୍ରମୁଖ ଡ୍ରଗ୍ ମାଫିଆଙ୍କ ବିରୋଧରେ ଏନ୍ଡିପିଏସ୍ ଆଇନ୍ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରିଯିବ । ବିଶେଷକରି ବେଆଇନ ଗଞ୍ଜେଇ ଚାଷ ପଛରେ ଥିବା ମାଷ୍ଟରମାଇଣ୍ଡ ଓ ଅର୍ଥଦାତାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଆଥି ର୍କ ତଦନ୍ତକୁ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଥିଲେ । ନିଶା କାରବାର ସମ୍ପକି ର୍ତ ମାମଲାର ତ୍ୱରିତ ବିଚାର ପାଇଁ ଭୁବନେଶ୍ୱର, ଖୋର୍ଦ୍ଧା, ଅନୁଗୁଳ ଓ ସମ୍ୱଲପୁରରେ ୪ଟି ସ୍ୱତନ୍ତ୍ର ଏନ୍ଡିପିଏସ୍ କୋର୍ଟ ସ୍ଥାପନ କରିବାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି ।
ଏହି ଅଭିଯାନ ଅବସରରେ ଜନସଚେତନତାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ରାଜ୍ୟର ଖୋର୍ଦ୍ଧା, ଅନୁଗୁଳ, ବାଲେଶ୍ୱର, ଗଞ୍ଜାମ, ବଲାଙ୍ଗିର, କୋରାପୁଟ ଓ ସୁନ୍ଦରଗଡ଼ସ୍ଥିତ ୭ଟି ଅନୁମୋଦିତ ଇନ୍ସିନେରେଟର କେନ୍ଦ୍ରରେ ପ୍ରାୟ ୮୦ ଟନ୍ ଗଞ୍ଜେଇ, ୧୧.୪ କିଲୋଗ୍ରାମ ବ୍ରାଉନ୍ ସୁଗାର ଏବଂ ୩,୬୩୮ ବୋତଲ କଫ୍ ସିରପ୍ ନଷ୍ଟ କରିବାର ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମରେ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର, ଆଇଜିପି ସାର୍ଥକ ଷଡ଼ଙ୍ଗୀ, ଏସ୍ଟିଏଫ୍ ଡିଆଇଜି ଡ଼.କନୱର ବିଶାଳ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।