Latest Odisha News

BREAKING NEWS

ଫିଫା ବିଶ୍ୱକପ: ୭ ମ୍ୟାନେଜରଙ୍କ ହେଲାଣି ଛୁଟି

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ରେ ଏବେ ନକଆଉଟ ପର୍ଯ୍ୟାୟ ମୁକାବିଲା ଚାଲିଛି । ୪୮ ଟିମର ଟୁର୍ଣ୍ଣାମେଂଟରୁ ୧୬ଟି ଟିମ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇ ସାରିଛନ୍ତି । ନକଆଉଟରେ ୧୦ଟିମର ଅଭିଯାନ ଶେଷ ହୋଇଯାଇଛି । ବାହାର ହୋଇଥିବା ୨୬ ଟିମ ମଧ୍ୟରୁ ୭ଟିମର ମ୍ୟାନେଜରଙ୍କ ଛୁଟି ହୋଇଯାଇଛି । ୬ଜଣ ନିଜେ ପଦ ଛାଡିଥିବା ବେଳେ ଜଣଙ୍କୁ ହଟେଇ ଦିଆଯାଇଛି । ୨ ଥର ଚାମ୍ପିୟନ ହୋଇଥିବା ଉରୁଗୁଏ ଏଥର ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଛି । ଏହାର ମ୍ୟାନେଜର ମାର୍ସିଲା ବିଏଲ୍ସା ତାଙ୍କ ପଦ ଛାଡିଛନ୍ତି । ସ୍କଟଲାଣ୍ଡର ମ୍ୟାନେଜର ଷ୍ଟିଭ କ୍ଲାର୍କ ୨୦୧୯ରୁ ଟିମ ସହିତ ରହିଛନ୍ତି । ଏଥର ଦଳ ହାଇତିକୁ ହରାଇଥିବା ବେଳେ ବ୍ରାଜିଲ ଓ ମରକ୍କୋ ନିକଟରୁ ପରାଜିତ ହୋଇ ନକଆଉଟକୁ ଉନ୍ନୀତ ହୋଇପାରି ନ ଥିଲା । ଷ୍ଟିଭ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ।

ଦକ୍ଷିଣ କୋରିଆର ହୋଙ୍ଗ ମ୍ୟୁଙ୍ଗ ମଧ୍ୟ ଦଳର ପ୍ରଦର୍ଶନରେ ନିରାଶ ହୋଇ ପଦ ଛାଡିଛନ୍ତି । ଚେକ ରିପବ୍ଲିକକୁ ଦଳ ହରାଇଥିବା ବେଳେ ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୋଇଛି । ନେଦରଲାଣ୍ଡ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ନକଆଉଟରେ ମରକ୍କୋ ବିପକ୍ଷରେ ପେନାଲ୍ଟି ଶୁଟଆଉଟରେ ହାରି ଯାଇଥିଲ । ଏହାର କିଛି ଘଂଟା ପରେ କୋମ୍ୟାନ ପଦରୁ ଇସ୍ତଫା ଦେଇଥିଲେ । ସେହିପରି ଦକ୍ଷିଣ ଆମେରିକାର ସେବେଷ୍ଟିୟନ ବେକାସେସେ, ଚେକ ରିପବ୍ଲିକର ମିରୋସ୍ଲାବ କୌବିକ ମଧ୍ୟ ତାଙ୍କ ପଦ ଛାଡିଛନ୍ତି । ଟ୍ୟୁନିସିଆର ମ୍ୟାନେଜର ସବରୀ ଲାମୌଚୀଙ୍କୁ ବାହାର କରି ଦିଆଯାଇଛି ।

Leave A Reply

Your email address will not be published.