Latest Odisha News

BREAKING NEWS

କଟକ, ଭୁବନେଶ୍ୱର ସମେତ ଏସବୁ ସ୍ଥାନରେ ଝଡ଼ବର୍ଷା ଆଶଙ୍କା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ କଟକ ସମେତ ସାତଟି ଜିଲ୍ଲା ପାଇଁ ବର୍ଷା ନେଇ ଏକ ଅରେଞ୍ଜ ଆଲର୍ଟ ଜାରି କରିଛି।

ଆଗାମୀ ୨ରୁ ୩ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, କଟକ (କଟକ ସହର ସମେତ), ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା (ଭୁବନେଶ୍ୱର ସମେତ) ଏବଂ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ଝଡ଼ତୋଫାନ ଏବଂ ବଜ୍ରପାତ ସହିତ ମଧ୍ୟମ ଧରଣର ବର୍ଷା ହୋଇପାରେ।

ପୂର୍ବରୁ ୧୮ ଜିଲ୍ଲା – ବରଗଡ, ସୋନପୁର, ସମ୍ବଲପୁର, ଜଗତସିଂହପୁର, ପୁରୀ କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ଅନୁଗୁଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, କଟକ, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲା ପାଇଁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏକ ୟେଲୋ ସତର୍କତା ଜାରି କରାଯାଇଥିଲା।

ଚଳିତ ଋତୁର ପ୍ରଥମ ଲଘୁଚାପ କ୍ଷେତ୍ର ସୃଷ୍ଟ ମଧ୍ୟରେ ବୁଧବାର ଠାରୁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ରହିଥିବା ଲଘୁଚାପ କ୍ଷେତ୍ର ଆଗାମୀ ଦୁଇ ଦିନ ମଧ୍ୟରେ ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ସପ୍ତାହ ଧରି ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

Leave A Reply

Your email address will not be published.