ଭୁବନେଶ୍ବର: ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲା । ସାଙ୍ଗ ଓମ୍ଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଉଛି । ରାଜ୍ୟ SFSLରେ କ୍ରାଇମବ୍ରାଞ୍ଚ ଟିମର କଡା ସୁରକ୍ଷା ଭିତରେ ଜରାଯାଉଛି ସତ ମିଛ ପରୀକ୍ଷା। କ୍ରାଇମ୍ ବ୍ରାଞ୍ଚ ଏନେଇ କୋର୍ଟ ରୁ ଅନୁମତି ଆଣିବା ପରେ ଲାଏ ଡିଟେକ୍ସନ ପରୀକ୍ଷା ପାଇଁ ଓମ୍ ମଧ୍ୟ ନିଜର ସହମତି ପ୍ରକାଶ କରିଥିଲେ ।
ସୌମ୍ୟ ମାମଲାରେ ସହଯୋଗୀ ଓମ୍ ଯେଉଁ ତଥ୍ୟ ଦେଇଛନ୍ତି ତାହାର ସତ୍ୟତା ଯାଞ୍ଚ କରିବା ଓ ପୂର୍ବ ବୟାନ ସହ ତାଳମେଳ ରହୁଛି ନା ନାହିଁ,ଘଟଣା ପଛରେ ଷଡ଼ଯନ୍ତ୍ର ରହିଛି କି ଏ ସବୁ ଲିଙ୍କ୍ ରେ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଓମ୍ଙ୍କ ଉପରେ ସମସ୍ତଙ୍କ ସନ୍ଦେହ ରହିଛି ।