Latest Odisha News

BREAKING NEWS

ଧରାପଡିଲେ ଚୋର ଗ୍ୟାଙ୍ଗ;ସୁନା ଅଳଙ୍କାର ସହ ୨ କେଜିରୁ ଅଧିକ ରୁପା ଜବତ

ଗଞ୍ଜାମ: ଭଞ୍ଜନଗର ପୋଲିସ ହାତରେ ଏକ ଚୋର ଗ୍ୟାଙ୍ଗ ଧରାପଡିଛନ୍ତି। ୪ ଜଣଙ୍କୁ ପୁଲିସ ଗିରଫ କରି ୬୬ ଗ୍ରାମ ସୁନା ଅଳଙ୍କାର ସହ ୨ କେଜିରୁ ଅଧିକ ରୁପା ଜବତ କରିଛି ।

ସୂଚନାଥାଉକି, କିଛି ଦିନ ଧରି ଏହି ଅନ୍ତଃ ରାଜ୍ୟ ସିନ୍ଧୁ ଚୋର ଗ୍ୟାଙ୍କ ଭଞ୍ଜନଗର, ତାରାସିଂଙ୍ଗ, ଜଗନ୍ନାଥ ପ୍ରସାଦ, ବୁଗୁଡ଼ା ଆଦି ଥାନା ଅଞ୍ଚଳରେ ସକ୍ରିୟ ଥିଲେ । ତେଣୁ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶରେ ଭଞ୍ଜନଗର ଆଇଆଇସିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା। ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୫ଟି ମୋବାଇଲ ସହ ୬୬ଗ୍ରାମର ବିଭିନ୍ନ ସୁନା ଅଳଙ୍କାର ଓ ୨ କେଜି ରୁପା ଅଳଙ୍କାର ଜବତ କରାଯାଇଛି।

 

Leave A Reply

Your email address will not be published.