Latest Odisha News

BREAKING NEWS

PoJKରେ ତେଜିଲା ପାକିସ୍ତାନ ବିରୋଧୀ ସ୍ୱର;’LoC ଖୋଲନ୍ତୁ’: ବିକ୍ଷୋଭକାରୀମାନେ ଜମ୍ମୁ ଓ କାଶ୍ମୀର ଲୋକଙ୍କଠାରୁ ମାଗିଲେ ସାହାଯ୍ୟ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ ଜାମ୍ମୁ କାଶ୍ମୀର (PoJK)ରେ ପୁଣିଥରେ ପ୍ରତିବାଦ ତୀବ୍ର ହୋଇଛି। ଜମ୍ମୁ-କଶ୍ମୀର ଆୱାମୀ ଆକ୍ସନ କମିଟି (ଜେଏଏସି) ନେତୃତ୍ୱରେ ହଜାର ହଜାର ଲୋକ ରାୱାଲକୋଟରେ ରାସ୍ତାକୁ ଓହ୍ଲାଇ ପାକିସ୍ତାନ ସରକାର ଏବଂ ପୋଲିସକୁ ଟାର୍ଗେଟ କରିଛନ୍ତି। ଏହି ପ୍ରତିବାଦର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ ପିଓକେର ଲୋକମାନେ କେବଳ ଖୋଲାଖୋଲି ଭାବରେ ଜମ୍ମୁ-କଶ୍ମୀର ଲୋକଙ୍କଠାରୁ ସାହାଯ୍ୟ ମାଗି ନାହାଁନ୍ତି ବରଂ କାଶ୍ମୀରର ଦୁଇ ପାର୍ଶ୍ୱକୁ ପୃଥକ କରୁଥିବା ବର୍ଡର ହଟାଇବା ପାଇଁ ମଧ୍ୟ ଆହ୍ୱାନ ଦେଇଛନ୍ତି।

ପିଓକେରେ ପ୍ରତିବାଦର ନେତୃତ୍ୱ ନେଉଥିବା ନେତାମାନଙ୍କର ଭିଡିଓ ସାମ୍ନାକୁ ଆସିଛି; ଏଥିରେ ସେମାନେ କାଶ୍ମୀର ଲୋକଙ୍କୁ ସହାୟତା ପାଇଁ ନିବେଦନ କରୁଛନ୍ତି। ଗତ ତିନି ସପ୍ତାହ ଧରି ଖାଦ୍ୟ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ସେମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ପ୍ରଦର୍ଶନକାରୀମାନେ ପ୍ରକାଶ କରିଛନ୍ତି। ସେମାନେ ପିଓକେର ବାସିନ୍ଦାଙ୍କୁ ସାହାଯ୍ୟ କରିବାକୁ ଜମ୍ମୁ ଏବଂ କାଶ୍ମୀରର ଲୋକମାନଙ୍କୁ ଅନୁରୋଧ କରିଛନ୍ତି।


ପିଓକେରେ ପାକିସ୍ତାନ ସରକାର ବିରୋଧୀ ପ୍ରତିବାଦର ମୁଖ୍ୟ ଆୟୋଜକଙ୍କ ମଧ୍ୟରୁ ଜଣେ ସର୍ଦ୍ଦାର ଅମନ ଖାନ ଭାରତର ଜମ୍ମୁ ଅଞ୍ଚଳର ପୁଞ୍ଚ, ମେଂଢର, ରାଜୌରୀ ଏବଂ ଡୋଡା ଅଞ୍ଚଳର ଲୋକଙ୍କଠାରୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ ସରକାର ଖାଦ୍ୟ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ବନ୍ଦ କରିଦେଇଛି। ସେ କହିଛନ୍ତି ଯେ, ଫଳରେ ସୃଷ୍ଟି ହୋଇଥିବା ମାନବିକ ସଙ୍କଟକୁ ଦୃଷ୍ଟିରେ ରଖି, କାଶ୍ମୀରର ଲୋକମାନଙ୍କୁ ସେମାନଙ୍କ ସାହାଯ୍ୟ କରିବାକୁ ପଡିବ।

ସର୍ଦ୍ଦାର ଅମନ ଖାନ ଖୋଲାଖୋଲି ଭାବରେ ପ୍ରଦର୍ଶନକାରୀମାନଙ୍କୁ କହିଥିଲେ ଯେ ସେମାନେ ଏବେ ନିୟନ୍ତ୍ରଣ ରେଖା ଆଡକୁ (ଭାରତ ଆଡକୁ) ଆଗକୁ ବଢ଼ିବା ଉଚିତ। ଯେତେବେଳେ ଅମନ ଖାନ ମାଇକ୍ରୋଫୋନ୍ ମାଧ୍ୟମରେ ଲୋକଙ୍କୁ ପଚାରିଲେ ଯେ ସେମାନେ ନିୟନ୍ତ୍ରଣ ରେଖା ଆଡକୁ ଯିବା ଉଚିତ କି ନାହିଁ, ରାୱାଲାକୋଟର ଇଦଗାହ ପଡ଼ିଆରେ ଏକାଠି ହୋଇଥିବା ହଜାର ହଜାର ଲୋକ “ହଁ” ବୋଲି ଏକ ଜୋରଦାର ଉତ୍ତର ଦେଇଥିଲେ।

ପ୍ରତିବାଦ ସମୟରେ, JAAC ନେତା ସର୍ଦ୍ଦାର ଅମନ ଖାନ କହିଥିଲେ, “ଆମକୁ ପାକିସ୍ତାନର ରାସନ ଦରକାର ନାହିଁ; ବରଂ, ପାକିସ୍ତାନକୁ ଆମ ଦରକାର। ଯଦି ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ବନ୍ଦ ରହେ, ତେବେ ଲୋକମାନେ ବଞ୍ଚିବାର ବିକଳ୍ପ ଉପାୟ ଖୋଜିବାକୁ ବାଧ୍ୟ ହେବେ। ଆନ୍ଦୋଳନକୁ ଦମନ କରିବା ପାଇଁ ପାକିସ୍ତାନ ସରକାର ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣକୁ ବନ୍ଦ କରୁଛନ୍ତି।”

JAAC ନେତା ସୀମା ହଟାଇବା ପାଇଁ ଦାବି କରିଥିଲେ ଏବଂ ଏକ ବାର୍ତ୍ତା ଦେଇଥିଲେ ଯେ, “ଆମେ ସିଜଫାୟର ଲାଇନ ରେଖାକୁ ହଟାଇବାକୁ ଚାହୁଁଛୁ ଏବଂ ଆମକୁ ଆପଣଙ୍କ ସମର୍ଥନ ଆବଶ୍ୟକ।” ସେ ଅନ୍ୟ ପାର୍ଶ୍ୱର ଲୋକମାନଙ୍କୁ ଆଗକୁ ଆସିବାକୁ ଆହ୍ୱାନ କରିଥିଲେ, ଆହୁରି ମଧ୍ୟ କହିଥିଲେ, “ଆମେ ରାଜନୈତିକ ଆଲୋଚନା ପାଇଁ ଦ୍ୱାର ଖୋଲା ରଖିଛୁ ଏବଂ ଅନ୍ୟାନ୍ୟ ବିକଳ୍ପ ମଧ୍ୟ ଉପଲବ୍ଧ ରଖିଛୁ।”

 

ପିଓକେରେ ବୃଦ୍ଧି ପାଉଥିବା ମୂଲ୍ୟ,ବିଧାନସଭା ଆସନ ସଂରକ୍ଷଣ ଏବଂ ସ୍ଥାନୀୟ ପ୍ରଶାସନ ସମ୍ପର୍କିତ ପ୍ରସଙ୍ଗ ସହିତ ଆରମ୍ଭ ହୋଇଥିଲା। ବର୍ତ୍ତମାନ, ଏହା ପାକିସ୍ତାନ ସରକାରଙ୍କ ବିରୁଦ୍ଧରେ ଏକ ବଡ଼ ପ୍ରତିବାଦରେ ପରିଣତ ହୋଇଛି। ଅନେକ JAAC ନେତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ଏବଂ ସେମାନଙ୍କୁ ଗିରଫ କରାଯାଇଛି। ଏହା ଜନସାଧାରଣଙ୍କ କ୍ରୋଧକୁ ଆହୁରି ବୃଦ୍ଧି କରିଛି।

Leave A Reply

Your email address will not be published.