Latest Odisha News

BREAKING NEWS

ନିଶାମୁକ୍ତ ଅଭିଯାନରେ ଗଜପତି ପୋଲିସକୁ ବଡ଼ ସଫଳତା; ୧୭୫ କେଜି ଗଞ୍ଜେଇ ଜବତ

ଗଜପତି: ଗଜପତି ପୋଲିସକୁ ନିଶା କାରବାର ବିରୋଧରେ ବଡ଼ ସଫଳତା ହାସଲ ମିଳିଛି । ଅଡ଼ବା ଥାନା ପୋଲିସର ସ୍ୱତନ୍ତ୍ର ଏନଡିପିଏସ୍ ଅଭିଯାନ ସମୟରେ ୧୭୫ କେଜି ଗଞ୍ଜେଇ ଜବତ କରାଯାଇଛି । ବଛମା, ଭାଲିଆଗୁଡ଼ା ଓ ଆଖପାଖ ଅଞ୍ଚଳରେ ଚାଲିଥିବା ଯାଞ୍ଚ ବେଳେ ବଛମା ଓ ଭାଲିଆଗୁଡ଼ା ମଧ୍ୟବର୍ତ୍ତୀ ଘଞ୍ଚ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ୭ଟି ପ୍ଲାଷ୍ଟିକ ଜରି ବ୍ୟାଗ ଜବତ କରାଯାଇଥିଲା ।

ଅତିରିକ୍ତ ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ରାଜେନ୍ଦ୍ର ପ୍ରସାଦ ଭୂୟାଁଙ୍କ ଉପସ୍ଥିତିରେ ବ୍ୟାଗଗୁଡ଼ିକ ଖୋଲାଯାଇଥିଲା । ସେଥିରୁ ମୋଟ ୧୭୫ କେଜି ଫୁଲ ଓ ଫଳ ସହିତ ଗଞ୍ଜେଇ ଜବତ କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ଏହି ଗଞ୍ଜେଇକୁ ବେଆଇନ ପରିବହନ ପାଇଁ କିଛି ବ୍ୟକ୍ତିମାନେ ଜଙ୍ଗଲରେ ଲୁଚାଇ ରଖିଥିବା ଜଣାପଡ଼ିଛି ।

ଏନେଇ ଅଡ଼ବା ଥାନାରେ ଏନଡିପିଏସ୍ ଆଇନ, ୧୯୮୫ର ଧାରା ୨୦(ବି)(୨)(ସି)ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ ଓ ଗିରଫ ପାଇଁ ତଦନ୍ତ ଜାରି ରହିଛି ।

ବେଆଇନ ନିଶା କାରବାର ବିରୋଧରେ ଓଡ଼ିଶା ପୋଲିସର ଶୂନ୍ୟ ସହନଶୀଳତା’ ନୀତି ଜାରି ରହିଛି । ନିରନ୍ତର କାର୍ଯ୍ୟାନୁଷ୍ଠାନ, ଗୁଇନ୍ଦା ସୂଚନା ଆଧାରିତ ଅଭିଯାନ ଓ ଜନସହଯୋଗ ମାଧ୍ୟମରେ ଏକ ନିଶାମୁକ୍ତ ଓ ସୁରକ୍ଷିତ ଓଡ଼ିଶା ଗଠନ ପାଇଁ ଓଡ଼ିଶା ପୋଲିସ ପ୍ରତିବଦ୍ଧ ।

Leave A Reply

Your email address will not be published.