Latest Odisha News

BREAKING NEWS

ହ୍ୱାଟ୍ସଆପ୍ ୟୁଜରନେମ୍ ଫିଚରକୁ ନେଇ ମେଟାକୁ ନୋଟିସ୍‌, ୩ ଦିନରେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ହ୍ୱାଟସଆପ୍‌କୁ ଏହାର ପ୍ରସ୍ତାବିତ ୟୁଜରନେମ୍ ଫିଚର ସମ୍ପର୍କରେ ଏକ ନୋଟିସ୍‌ର ଉତ୍ତର ଦେବା ପାଇଁ ଆଉ ତିନି ଦିନ ସମୟ ଦେଇଛନ୍ତି। କମ୍ପାନୀ ମେଟା ସରକାରଙ୍କୁ ପ୍ରତିଶ୍ରୁତି ଦେଇଛି ଯେ ଆଲୋଚନା ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଏହା ଭାରତରେ ଏହି ଫିଚର୍‌ ଆରମ୍ଭ କରିବ ନାହିଁ।

ରିପୋର୍ଟ ଅନୁଯାୟୀ, ହ୍ୱାଟସଆପ୍‌ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟକୁ ଉତ୍ତର ଦେବା ପାଇଁ ଅଧିକ ସମୟ ଦେବା ଲାଗି ଅନୁରୋଧ କରିଥିଲା। ଫଳରେ ସରକାର ଏହି ସମୟସୀମା ବୃଦ୍ଧି କରିଛନ୍ତି।

ସରକାର ଆଶଙ୍କା କରିଥିଲେ ଯେ ଏହି ଫିଚର୍‌ ଅନଲାଇନ୍ ଠକେଇ, ଫିସିଂ ଏବଂ ତଥାକଥିତ ଡିଜିଟାଲ୍ ଆରେଷ୍ଟ ସ୍କାମ୍ ବୃଦ୍ଧି କରିପାରେ। ଯଦି ମୋବାଇଲ୍‌ ନମ୍ବର ବଦଳରେ କେବଳ ୟୁଜରନେମ୍ ଦେଖାଯାଏ, ତେବେ ଯେକେହି କୌଣସି କମ୍ପାନୀ, ସରକାରୀ ବିଭାଗ କିମ୍ବା ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କ ପରି ୟୁଜରନେମ୍ ସୃଷ୍ଟି କରି ଲୋକଙ୍କୁ ଠକିବାକୁ ଚେଷ୍ଟା କରିପାରିବେ। ଯାହା ସାଇବର ଠକେଇ ମାମଲା ଅଧିକ ବୃଦ୍ଧି କରିପାରେ।

ଯଦିଓ ଏପର୍ଯ୍ୟନ୍ତ ଆପଣ ମୋବାଇଲ୍‌ ନମ୍ବର ନଜାଣି ହ୍ୱାଟସଆପ୍‌ରେ କାହା ସହିତ ଚାଟ୍ କରିପାରିବେ ନାହିଁ। କେହି ଆପଣଙ୍କ ନମ୍ବର ଜାଣିଥିଲେ ହିଁ ଆପଣଙ୍କୁ ମେସେଜ୍ ପଠାଇପାରିବେ। ତଥାପି ନୂଆ ୟୁଜରନେମ୍ ଫିଚର୍‌ ସହିତ, ଆପଣ ଆପଣଙ୍କ ଆକାଉଣ୍ଟ ପାଇଁ ଏକ ଅନନ୍ୟ ୟୁଜରନେମ୍ ବାଛିପାରିବେ। ଫଳରେ ଅଜଣା ଲୋକଙ୍କୁ ଆପଣଙ୍କ ମୋବାଇଲ୍ ନମ୍ବର ଜାଣିବାର ଆବଶ୍ୟକତା ପଡ଼ିବ ନାହିଁ।

Leave A Reply

Your email address will not be published.