ଭୁବନେଶ୍ବର: ରାଜଧାନୀର ଆଜାଦନଗର ବୋମା ବିସ୍ଫୋରଣ ଘଟଣା ଘଟିବାର ୫ ମାସ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ବୁଧବାର ଦିନ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଉତ୍ତରପ୍ରଦେଶରୁ ଅଭିଯୁକ୍ତ ରୋହନ ରଞ୍ଜନ ରାଉତରାୟକୁ ଉଠାଇ ଆଣିଛି NIA ଟିମ୍ । ଭୁବନେଶ୍ୱର ପଟିଆ ଅଞ୍ଚଳରେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ବୋମା ବିସ୍ଫୋରଣ ଲିଙ୍କରେ ଏନଆଇଏ ଟିମ୍ ଜାରି ରଖିଛି ଛାନଭିନ । ବୋମା ପାଇଁ ପ୍ରସ୍ତୁତ ବିସ୍ଫୋରକ ସପ୍ଲାଏ ପଛରେ ହାତ ଥିବା ସନ୍ଦେହ କରି ଉଠାଇ ଆଣି ଜେରା କରୁଛି ଟିମ୍ । ୨୦୨୬ ଜାନୁଆରୀ ୨୭ ତାରିଖରେ ଘଟିଥିଲା ବିସ୍ଫୋରଣ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଆଜାଦ ନଗରର ଏକ ଭଡ଼ାଘର ଛାତ ଉପରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା ।
ବୋମା ତିଆରି କଲାବେଳେ ମୁଖ୍ୟ ଅଭିଯୁକ୍ତ ସେହେନବାଜ ମଲ୍ଲିକ ଓରଫ୍ ମୁଫି ଏବଂ ମାଆ ଲିଜାତୁନ୍ ବିବି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଘଟଣାସ୍ଥଳରୁ ଗନପାଉଡର ଏବଂ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା । ଏପ୍ରିଲ ୬ରୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏହି ମାମଲାର ତଦନ୍ତ କରୁଛି ।