Latest Odisha News

BREAKING NEWS

ଜୁନିୟର ପୁରୁଷ ହକି: ଭାରତୀୟ ଦଳରେ ଓଏନ୍‌‌ଟିଏଚ୍‌‌ଏଚ୍‌‌ପିସିର ୭ ଜଣ କ୍ୟାଡେଟ୍

ଭୁବନେଶ୍ୱର: ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟର (ଓଏନ୍‌‌ଟିଏଚ୍‌‌ଏଚ୍‌‌ପିସି)କୁ ଆଉ ଏକ ବଡ଼ ସଫଳତା ମିଳିଛି। ବେଲଜିୟମ ଗସ୍ତ ପାଇଁ ମନୋନିତ ହୋଇଥିବା ଜୁନିୟର ଭାରତୀୟ ପୁରୁଷ ହକି ଦଳରେ ଓଏନ୍‌‌ଟିଏଚ୍‌‌ଏଚ୍‌‌ପିସିର ୭ ଜଣ କ୍ୟାଡେଟ୍ ସାମିଲ ହୋଇଛନ୍ତି । ଜୁଲାଇ ୫ ରୁ ୧୮ ତାରିଖ ପର‌୍ୟ୍ୟନ୍ତ ଏହି ଟୁର୍ ଅନୁଷ୍ଠିତ ହେବ। ଓଡ଼ିଶା ନାଭାଲ ଟାଟା ହକି ଏକାଡେମୀର ପ୍ରତିଭାବାନ ଖେଳାଳି ଅନମୋଲ ଏକ୍କା ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ। ଅନମୋଲଙ୍କ ସମେତ ସେଣ୍ଟରର ଅନ୍ୟ ୬ ଜଣ କ୍ୟାଡେଟ୍ ବିବେକ ଲାକ୍ରା, ରୋହିତ କୁଲୁ, ଅଦ୍ରୋହିତ ଏକ୍କା, ସଞ୍ଜିତ ତିର୍କୀ, ଆର‌୍ୟ୍ୟନ ଖେସ ଏବଂ ମୁକେଶ ଟପ୍ପୋ ଏହି ଟିମ୍‌‌ରେ ସାମିଲ ହୋଇଛନ୍ତି।

ଓଡ଼ିଶା ସରକାର, ଟାଟା ଷ୍ଟିଲ୍ ଏବଂ ଟାଟା ଟ୍ରଷ୍ଟର ମିଳିତ ସହଭାଗିତାରେ ପ୍ରତିଷ୍ଠିତ ଏହି କେନ୍ଦ୍ର ଆଜି ଦେଶର ଅଗ୍ରଣୀ ହକି ବିକାଶ ଏକାଡେମୀ ଭାବେ ପରିଚୟ ସୃଷ୍ଟି କରିଛି। ଏଚ୍‌‌ପିସିର ୭ ଜଣ ଖେଳାଳି ଜାତୀୟ ଦଳ ପାଇଁ ମନୋନୀତ ହେବା ଓଏନ୍‌‌ଟିଏଚ୍‌‌ଏଚ୍‌‌ପିସିର ଏକ ଉଲ୍ଲେଖନୀୟ ସଫଳତା । ଏହି ବେଲଜିୟମ ଗସ୍ତ, ଜୁନିୟର ଭାରତୀୟ ପୁରୁଷ ଦଳକୁ ୟୁରୋପୀୟ ଖେଳାଳୀଙ୍କ ବିପକ୍ଷରେ ଖେଳିବାର ସୁଯୋଗ ଦେବା ସହ ଆଗାମୀ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ ପାଇଁ ଏକ ପ୍ରସ୍ତୁତ କରିବ ।

Leave A Reply

Your email address will not be published.