Latest Odisha News

BREAKING NEWS

ଜଘନ୍ୟ କାଣ୍ଡ! ୬ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କଲା ସଂପର୍କୀୟ ମାମୁଁ

କେନ୍ଦୁଝର: ହୀନ ମାନସିକତା। ମରିଗଲା ମାନବିକତା। ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଅଭିଯୋଗ। କେନ୍ଦୁଝର ଜିଲ୍ଲା ସଦର ଥାନା ଅଞ୍ଚଳରେ ଘଟିଛି ଏହି ଅମାନବୀୟ ଘଟଣା । ଜଣେ ୬ ବର୍ଷର ଶିଶୁ କନ୍ୟାକୁ ସଂପର୍କୀୟ ମାମୁଁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ଉଦ୍ୟମ କରିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକେ। ଅଭିଯୁକ୍ତକୁ କାବୁ କରି ପୁଲିସରେ ଜିମା ମଧ୍ୟ ଦେଇଛନ୍ତି।

ସୂଚନା ଅନୁସାରେ ନୟାକୋଟ ଥାନା ଅଞ୍ଚଳର ନାବାଳିକାକୁ ସଂପର୍କୀୟ ମାମୁଁ ଏକ ଟ୍ରକରେ ବସାଇ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ରାଇଗୋଡ଼ା ଅଞ୍ଚଳକୁ ଆଣିଥିଲା। ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିବା ପରେ ପଥର ଛେଚି ହତ୍ୟା ଉଦ୍ୟମ କରିଥିଲା । ଝିଅଟି ଚିତ୍କାର କରିବାରୁ ସ୍ଥାନୀୟ ଲୋକ ଦୌଡ଼ିଆସି ଅଭିଯୁକ୍ତକୁ କାବୁ କରି ନିସ୍ତୁକ ମାଡ଼ ମାରିବା ସହ ପୁଲିସରେ ଜିମା ଦେଇଛନ୍ତି । ମୁର୍ମୁଷୁ ଅବସ୍ଥାରେ ଶିଶୁ କନ୍ୟାକୁ ଉଦ୍ଧାର କରି ତୁରନ୍ତ ଆମ୍ୱୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଳାଇଛି ।

ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତୀବ୍ର ପ୍ରତିବାଦ ଦେଖାଦେଇଛି । ଅଭିଯୁକ୍ତଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରି ଉତ୍ତ୍ୟକ୍ତ ଲୋକମାନେ ରାୟଗଡ଼–ଫୁଲଝର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଫଳରେ କିଛି ସମୟ ପାଇଁ ଯାତାୟାତ ବ୍ୟାହତ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଲୋକମାନଙ୍କୁ ବୁଝାସୁଝା କରୁଛି ।

Leave A Reply

Your email address will not be published.