Latest Odisha News

BREAKING NEWS

ରଥଯାତ୍ରା ପାଇଁ ‘ନୋ ଫ୍ଲାଇଙ୍ଗ୍ ଜୋନ’ ଘୋଷଣା, ଡ୍ରୋନ ଉଡ଼ାଣ ନିଷେଧ

ପୁରୀ: ଭକ୍ତଙ୍କ ଗହଣକୁ ଆସିବ ଭାବୋବିନୋଦିଆ। ଭାଇଭଉଣୀଙ୍କୁ ସାଙ୍ଗରେ ଧରି ବଡ ଦାଣ୍ଡକୁ ଓହ୍ଲାଇବ କାଳିଆ ସୁନା। ସେଥିପାଇଁ ଚଳଚଞ୍ଚଳ ହେଲାଣି ପୁରୀ ସହର। ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ୨୦୨୬ ରଥଯାତ୍ରା ଆସନ୍ତା ଜୁଲାଇ ୧୬ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୨୪ ପର୍ଯ୍ୟନ୍ତ ଚାଲିବ। ୯ ଦିନିଆ ଏହି ମହାପର୍ବରେ ଦେଶ-ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀରେ ସମାଗମ କରିବେ। ଏହାକୁ ଦୃଷ୍ଟିରେ ରଖି ପୁରୀରେ ନୋ ଫ୍ଲାଇଙ୍ଗ୍ ଜୋନ ଘୋଷଣା କରାଯାଇଛି। ପୁରୀ ସହରରେ ୫ କିଲୋମିଟର ପର୍ଯ୍ୟନ୍ତ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା ହୋଇଛି।

ଜୁଲାଇ ୧୬ ରଥଯାତ୍ରା ଠାରୁ ଜୁଲାଇ ୨୭ ୨୦୨୬ ପର୍ଯ୍ୟନ୍ତ ‘ନୋ ଫ୍ଲାଇଂ ଜୋନ୍’ ଭାବରେ ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ଏହି ୫ କିଲୋମିଟର ଅଞ୍ଚଳ ମଧ୍ୟରେ ଯେକୌଣସି ଅନ୍ ମ୍ୟାନଡ ଏୟାରକ୍ରାଫ୍ଟ ସିଷ୍ଟମ ବା ମାନବହୀନ ବିମାନ ପ୍ରଣାଳୀ, ଡ୍ରୋନର ପରିଚାଳନା, ଉତକ୍ଷେପଣ କିମ୍ବା ଉଡ଼ାଣ କଡ଼ାକଡ଼ି ଭାବରେ ନିଷେଧ କରାଯିବ ଏହି ନିଷେଧ ସରକାରୀ ବିମାନ ନିରୀକ୍ଷଣ, ସୁରକ୍ଷା କାର୍ଯ୍ୟ, ଆକାଶ ଫଟୋଗ୍ରାଫି, ଭିଡିଓଗ୍ରାଫି, ମ୍ୟାପିଂ, ଡକ୍ୟୁମେଣ୍ଟେସନ୍, ବିପର୍ଯ୍ୟୟ ପ୍ରତିକ୍ରିୟା କିମ୍ବା ପୁରୀ ପୁଲିସ ଅଧୀକ୍ଷକଙ୍କ ପରାମର୍ଶରେ ଜିଲ୍ଲା ପ୍ରଶାସନ ଦ୍ୱାରା ଅନୁମୋଦିତ ଅନ୍ୟ କୌଣସି ଉଦ୍ଦେଶ୍ୟ ପାଇଁ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ଭାବରେ ଅନୁମତିପ୍ରାପ୍ତ ଉଦ୍ଦେଶ୍ୟ ସଂସ୍ଥାଗୁଡ଼ିକ ଦ୍ୱାରା ପରିଚାଳିତ ଡ୍ରୋନଗୁଡ଼ିକ ପାଇଁ ପ୍ରଯୁଜ୍ୟ ହେବ ନାହିଁ ।

ବିଜ୍ଞପ୍ତିର ଉଲ୍ଲଂଘନ କଲେ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩, ବିମାନ ଆଇନ-୧୯୩୪, ବିମାନ ନିୟମ-୧୯୩୭, ଡ୍ରୋନ ନିୟମ-୨୦୨୧ ଏବଂ ବଳବତ୍ତର ଅନ୍ୟ କୌଣସି ଆଇନର ପ୍ରାସଙ୍ଗିକ ବ୍ୟବସ୍ଥା ସମେତ ଆଇନର ପ୍ରଯୁଜ୍ୟ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଦାୟୀ କରାଯିବ ।

Leave A Reply

Your email address will not be published.