ବେଜିଂ: ମାରାତ୍ମକ କରୋନା ଭାଇରସ୍ ପ୍ରତିଦିନ ଚୀନରେ ପାଖାପାଖି ୫୦ ଜଣଙ୍କର ଜୀବନ ନେଉଛି । ଏହି ପ୍ରାଣଘାତୀ ଭୂତାଣୁ ବର୍ତ୍ତମାନ ସୁଦ୍ଧା ଚୀନରେ ୬୩୬ ଜଣଙ୍କର ମୁଣ୍ଡ ନେଲାଣି । ଆକ୍ରାନ୍ତ ସଂଖ୍ୟା ୩୧ ହଜାର ପାଖାପାଖି ପହଞ୍ଚିଲାଣି । ବିଶେଷ କରି ହୁଭେଇ ପ୍ରଦେଶରେ କରୋନାର ଲଗାମଛଡା ହେଉଛି । ଗତକାଲି ଚୀନରେ ୩ ହଜାର ୬୩୯ ନୂଆ ଆକ୍ରାନ୍ତଙ୍କ ନମୁନା ପରୀକ୍ଷା କରାଯାଇଛି । ସେଥି ଭିତରୁ କେବଳ ୨ ହଜାର ୯୮୭ ଜଣ ହୁଭେଇ ପ୍ରଦେଶର ବୋଲି ଜଣା ପଡିଛି । ସେହିପରି ଗତକାଲି ଚୀନରେ ମୃତ୍ୟୁବରଣ କରିଥିବା ୭୩ ଜଣଙ୍କ ଭିତରୁ କେବଳ ୭୦ଜଣ ହୁଭେଇରେ ଆଖି ବୁଜିଛନ୍ତି । ଏହି ଭାଇରସ୍ ଏହାରି ଭିତରେ ୩୧ଟି ଦେଶକୁ ବ୍ୟାପୀ ସାରିଲାଣି । ବିଭିନ୍ନ ଦେଶରେ ଚୀନ ଯାଇଥିବା ଓ ସେଠାରୁ ଫେରିଥିବା ଯାତ୍ରୀଙ୍କ ଉପରେ କଟକଣା ଜାରି କରିଛନ୍ତି । ସେହିପରି ଚୀନକୁ ବିଭିନ୍ନ ଦେଶରୁ ବନ୍ଦ ରହିଛି ବିମାନ ଉଡାଣ ଓ ଜାହାଜ ଚଳାଚଳ ।
BREAKING NEWS
- ଆଜି ୪ ଜିଲ୍ଲାରେ ମାରାଥନ ପ୍ରଚାର କରିବେ ନବୀନ
- ଆଜି ଓଡ଼ିଶା ଆସିବେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, କରିବେ ନିର୍ବାଚନୀ ପ୍ରଚାର
- ପାକିସ୍ତାନ ସୀମାରେ ପଶି ଆମ ସେନାକୁ ହତ୍ୟା କରୁଛି ଭାରତ: ଇମ୍ରାନ ଖାନ୍
- ଆମେଠି ବଦଳରେ ରାୟବରେଲିରୁ କାହିଁକି ପ୍ରାର୍ଥୀ ହେଲେ ସ୍ପଷ୍ଟ କଲେ ରାହୁଲ ଗାନ୍ଧୀ
- ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଚକ୍ଷୁ ଅସ୍ତ୍ରୋପଚାର, ଏବେ ନିର୍ବାଚନ ପ୍ରଚାର କଲେ ସ୍ଥଗିତ
- ନିର୍ବାଚନ ରଣଭୂମିରେ ମୁହାଁମୁହିଁ: ଫଳାଫଳ ପରେ ରହିଛି କି ପ୍ୟାଚ୍-ଅପ ସମ୍ଭାବନା ?
- ସ୍ୱାଧୀନ ବାଟ ଆପଣାଇ ଘସିପୁରା ନିର୍ବାଚନ ମଇଦାନକୁ ଓହ୍ଲାଇଲେ ସୌମ୍ୟରଞ୍ଜନ ପଟ୍ଟନାୟକ
- ପୂଜା ନା ରାଜନୀତି? ମା ଚର୍ଚ୍ଚିକାଙ୍କୁ ଲାଲ ପରିବର୍ତ୍ତେ ଲାଗିହେଲା ଶାସକ ଦଳର ରଙ୍ଗର ଶାଢି
- ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର ଶୀର୍ଷ ନେତାଙ୍କ ଓଡ଼ିଶା ଗସ୍ତ ସୂଚୀ, ଦଳୀୟ ନେତାଙ୍କ ମନରେ ଉତ୍ସାହ
- ରାୟଗଡାରେ ଆଭାସି ଜରିଆରେ ରାହୁଲ ଦେଲେ ଉଦବୋଧନ, ମଂଚକୁ ଆସିନଥିବା ଦେଖି ଅସନ୍ତୋଷ ଜନତା