ଯାଜପୁର: ବହୁଚର୍ଚ୍ଚିତ ଧର୍ମଶାଳା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା। ଆଜି ଭଙ୍ଗା ହେଲା ଅଭିଯୁକ୍ତ ରୂପେଶ ଭଦ୍ରର ବେଆଇନ୍ ଗେଷ୍ଟହାଉସ ରଙ୍ଗଶାଳା । ଜିଲ୍ଲା ପ୍ରଶାସନ ପକ୍ଷରୁ ରଙ୍ଗଶାଳା ଭଙ୍ଗା ଚାଲିଛି । ଘରର ଆସବାବ ପତ୍ର ସବୁ ବାହାରକୁ କାଢ଼ି ଦିଆଯାଇଛି । ପୂର୍ବରୁ ଏହି ଗେଷ୍ଟ ହାଉସ୍ଟି ସରକାରୀ ଜମିରେ ଗଢ଼ି ଉଠିଥିବା ନେଇ ତଦନ୍ତ ପରେ ଜଣାପଡିଥିଲା । ଏହା ପରେ ପ୍ରଶାସନ ପକ୍ଷରୁ ଏହାକୁ ସିଲ୍ କରାଯାଇଥିଲା ।
ତେଣୁ ପ୍ରଶାସନ ଆଜି ଏହାକୁ ଭାଙ୍ଗିବାକୁ ନିଷ୍ପତି ନେଇଛି। ସେପଟେ ଗେଷ୍ଟହାଉସ ଭାଙ୍ଗାଯିବା ନେଇ ସ୍ଥାନୀୟ ଲୋକେ ଓ ସରପଞ୍ଚ ଏହାକୁ ବିରୋଧ କରିଛନ୍ତି। ଘଟଣାସ୍ଥଳରେ ଯାଜପୁର ଏ.ଡି.ଏମ୍, ଧର୍ମଶାଳା ତହସିଲଦାର ଉପସ୍ଥିତ ରହିଥିବା ବେଳେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗତ ଅକ୍ଟୋବର ମାସ ୧୬ ତାରିଖ ଦିନ ଏହି ଗେଷ୍ଟହାଉସରୁ ସ୍ମିତାରାଣୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।
BREAKING NEWS
- ରଜନୀକାନ୍ତ, ଶାହାରୁଖଙ୍କୁ ପଛରେ ପକାଇ ରଣବୀର ହେଲେ ଦାମୀ ଅଭିନେତା
- ନିଟ୍ ପରୀକ୍ଷାରେ କଡ଼ା ନିୟମ: ଟ୍ରାଫିକ ଜାମ୍ ପାଇଁ ଡେରି, ଗେଟ୍ ବାହାରେ କାନ୍ଦିଲେ ପରୀକ୍ଷାର୍ଥୀ
- ଦିଲ୍ଲୀ ଏୟାରପୋର୍ଟରେ ୪୫ମିି. ଧରି ଅଟକିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାରଣ…
- ରାମ ମନ୍ଦିର ଚନ୍ଦା ବିବାଦ: ଯିଏ ବି ଦୋଷୀ, ତାକୁ ମିଳୁ କଠୋରରୁ କଠୋର ଦଣ୍ଡ; ବିରୋଧୀଙ୍କୁ ଭିଏଚପି ମୁଖ୍ୟଙ୍କ ଚେତାବନୀ
- ଫିଫା ବିଶ୍ୱକପ: ଆଚାର ଖାଇ ସୁସ୍ଥ ହେଲେ ରେଫରୀ
- ରାୟଗଡ଼ା ଭିଡ଼ ହିଂସା ଘଟଣା ରେଡ୍ ଫ୍ଲାଗ, ଗିରଫଦାରୀ ୨୩କୁ ବୃଦ୍ଧି
- ବ୍ରହ୍ମପୁରରେ ଛାତ୍ରୀ ଆତ୍ମହତ୍ୟା ଘଟଣା: ମନ୍ତ୍ରୀଙ୍କ ପୁତୁରାଙ୍କ ନାଁରେ ମାମଲା ରୁଜୁ
- ଏହି ରାଜ୍ୟ ହେବାକୁ ଯାଉଛି ଦେଶର ସବୁଠାରୁ ବଡ଼ ସୁନା କେନ୍ଦ୍ର …
- ବାଲେଶ୍ୱରରେ ନଡ଼ିଆ ଗଛ ସାଜିଲା କାଳ: ପଡ଼ୋଶୀଙ୍କ ମରଣାନ୍ତକ ଆକ୍ରମଣ, ଜଣଙ୍କର ମୃତ୍ୟୁ
- ବଲାଙ୍ଗୀରରେ ଭତ୍ତା ସଙ୍କଟ: ୩ ମାସ ହେଲା ମିଳିନି ଟଙ୍କା, ବ୍ଲକ ଅଫିସ୍ ସମ୍ମୁଖରେ ଗଣଧାରଣା

Comments are closed.