Latest Odisha News

BREAKING NEWS

ଅବକାରୀ ବିଭାଗକୁ ବଡ଼ ସଫଳତା; ୫୫ କେଜି ଗଞ୍ଜେଇ ଜବତ, ୨ ଗିରଫ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହର ରାଣୀବଗିଚା ଛକରେ ଅବକାରୀ ବିଭାଗର ଚଢ଼ାଉ ବେଳେ ଧରାପଡ଼ିଛି ଏକ ବଡ଼ ଗଞ୍ଜେଇ ଚୋରାଚାଲାଣ ରାକେଟ୍ । ପଶ୍ଚିମବଙ୍ଗର ଦୁଇ ଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରାଯାଇଛି । ପାଟ୍ରୋଲିଂ ସମୟରେ ସଦର ଅବକାରୀ ଇନ୍ସପେକ୍ଟର ନିରଞ୍ଜନ ସାହୁ ଦୁଇ ଜଣ ଯୁବକଙ୍କୁ ଏକ ଗଞ୍ଜେଇ ବସ୍ତା ସହ ଧରିଛନ୍ତି । ଏଥିରେ ପ୍ରାୟ ୫୫ କିଲୋଗ୍ରାମ ଗଞ୍ଜେଇ ଜବତ ରହିଛି ।

ଗିରଫ ଦୁଇ ଅଭିଯୁକ୍ତ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ଜଣାପଡ଼ିଛି । ହେଲେ ବସ୍‌ ଧରିବା ପୂର୍ବରୁ ଅବକାରୀ ବିଭାଗ ସେମାନଙ୍କୁ କାବୁ କରିଥିଲା । ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚୋରାଚାଲାଣ ରାକେଟ୍‌ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.